ଓଡ଼ିଶାଦୁର୍ଘଟଣା

ଓଲଟିଲା ଗୋରୁ ଚାଲାଣ ଟ୍ରକ୍ , ଅକାଳରେ ଚାଲିଗଲା ୧୫ ଗୋରୁଙ୍କ ଜୀବନ

ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟିଲା ଗୋରୁ ଚାଲାଣ ଟ୍ରକ୍। ଫଳରେ ୧୫ ଗୋରୁ ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବ୍ରଜନଗର ନିକଟରେ । ଘଟଣା ପରେ ଘଟଣାସ୍ଥଳରୁ ଟ୍ରକ୍ ଚାଳକ ଚମ୍ପଟ୍ ।

ସୂଚନା ମୁତାବକ, ଆଜି ଭୋରୁ ଏହି ଗୋରୁ ବୋଝେଇ ଟ୍ରକ ଭଦ୍ରକରୁ ପାଣିକୋଇଲି ଅଭିମୁଖେ ଯାଉଥିଲା। ବ୍ରଜନଗର ଅଣ୍ଡରପାସ ରାସ୍ତା ନିକଟରେ ଭାରସାମ୍ୟ ହରାଇ ଏହି ଟ୍ରକ୍ ଓଲଟିପଡ଼ିଥିଲା। ଟ୍ରକରେ ଥିବା ଗୋରୁମାନଙ୍କ ମୃତ୍ୟୁକୁ ଦେଖି ସ୍ଥାନୀୟ ଗୋସୁରକ୍ଷା କର୍ମୀ ଓ ଗ୍ରାମବାସୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ତୁରନ୍ତ ଗୋ-ଚାଲାଣକାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ।

ଖବର ପାଇ ପାଣିକୋଇଲି ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା। ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।

Show More

Related Articles

Back to top button