Breaking PLUSଅପରାଧଆଇନ କାନୁନଦୁର୍ଘଟଣା

ସ୍ତ୍ରୀ ଆଉ ଝିଅକୁ ହାଣି କଟା ମୁଣ୍ଡ ଧରି ଶ୍ୱଶ୍ୱର ଘରେ ପହଞ୍ଚିଲା ଜ୍ୱାଇଁ

ପାଟନା : ବିହାରର ମଧେପୁରାରୁ ଏଭଳି ଏକ ଛାତି ଥରା ଘଟଣା ସାମ୍ନାକୁ ଆସିଛି । ଏଠାରେ ଏକ ନିର୍ଦ୍ଦୟ ସ୍ୱାମୀ ମାନବିକତାର ସବୁ ସୀମା ଟପିଯାଇଛି। ଏହି ରାକ୍ଷସ ନିଜ ସ୍ତ୍ରୀ ଓ ଦେଢ଼ ବର୍ଷର ଝିଅର ମୁଣ୍ଡ ଗଣ୍ଡି ଅଲଗା କରି ଦେଇଛି। ପତ୍ନୀର ମୁଣ୍ଡ କାଟି ସେ ଶ୍ୱଶୁର ଘରେ ରଖିଆସିଥିବା ବେଳେ ଝିଅର କଟା ମୁଣ୍ଡକୁ ଘର ଟେବୁଲ ଉପରେ ରଖି ଅନ୍ୟ ଦୁଇ ପିଲାଙ୍କୁ ଧରି ଫେରାର ହୋଇଯାଇଛି। ଏ ନେଇ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଖୋଜୁଛି। ଶ୍ରୀନଗର ଥାନା ଅଞ୍ଚଳର ରାମ ନଗର ମହେଶ ପଞ୍ଚାୟତରେ ଏଭଳି ଘଟଣା ଦେଖିବାକୁ ମିଳିଛି। ସୂଚନା ମୁତାବକ, ଓ୍ଵାର୍ଡ ନମ୍ବର ୧ର ନିବାସୀ ମ.ଜିବ୍ରାଇଲ ପାରିବାରିକ ଝଗଡ଼ା ଯୋଗୁ ଶୁକ୍ରବାର ରାତିରେ ସ୍ତ୍ରୀ ମୁରସୁଦା ଖାତୁନ୍‌ ଓ ଦେଢ଼ ବର୍ଷର ଝିଅ ଜିୟା ପରବିନ୍‌ଙ୍କୁ ହତ୍ୟା କରିଛି। ସେ ଉଭୟଙ୍କର ମୁଣ୍ଡରୁ ଗଣ୍ଡି ଅଲଗା କରି ଦେଇଛି। ଶନିବାର ସକାଳେ ଗାଁ ମୁଣ୍ଡରେ କଟା ମୁଣ୍ଡ ଦେଖିବା ପରେ ସ୍ଥିତି ଅସମ୍ଭାଳ ହୋଇପଡ଼ିଥିଲା। ଗାଁ ଲୋକେ କଟା ମୁଣ୍ଡକୁ ଦେଖି ତୁରନ୍ତ ପରିବାର ଲୋକ ଓ ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି କଟା ମୁଣ୍ଡକୁ ଜବତ କରିବା ବେଳକୁ ତା’ ତଳୁ ଏକ ଚିଠି ମିଳିଥିଲା। ପୋଲିସ ଉଭୟ ଚିଠି ଓ କଟା ମୁଣ୍ଡକୁ ଜବତ କରିଛି। ତେବେ ଏହି ଘଟଣାରେ ପୋଲିସ ଅଭିଯୁକ୍ତ ଜିବ୍ରାଇଲର ମା’ଙ୍କୁ ଗିରଫ କରିଥିବା ବେଳେ ବାପା ଫେରାର ହୋଇଯାଇଛନ୍ତି। ହତ୍ୟାକାରୀ ଶ୍ୱଶୁର ଘର ଲୋକଙ୍କୁ ହ୍ଵାଟ୍ସଆପ୍‌ରେ ମର୍ଡରର ଭିଡିଓ ଓ ଧମକପୂର୍ଣ୍ଣ ଭଏସ୍‌ ରେକର୍ଡିଂ ମଧ୍ୟ ପଠାଇଛି। ଏହି ଘଟଣା ପରେ ସ୍ଥାନୀୟ ଲୋକ ଥାନାରେ ପହଞ୍ଚି ଗଣ୍ଡଗୋଳ କରିଛନ୍ତି। ଏଥିସହ ଦୁଇ ପିଲାଙ୍କୁ ତୁରନ୍ତ ଖୋଜିବାକୁ ଦାବି କରିଛନ୍ତି।

Show More

Related Articles

Back to top button