ଓଡ଼ିଶାପାଣିପାଗ

ଲଗାଣ ବର୍ଷା ଯୋଗୁଁ କୋରାପୁଟ ଜିଲ୍ଲାରେ ୪୮୬.୩ ମି.ମି. ବର୍ଷା ରେକର୍ଡ

ଗତ ଦୁଇ ଦିନ ହେବ ରାଜ୍ୟର ଅନେକ ସ୍ଥାନରେ ଲଘୁଚାପ ଯୋଗୁଁ ଲଗାଣ ବର୍ଷା ଲାଗି ରହିଛି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟ ଜିଲ୍ଲାରେ ସର୍ବାଧିକ ରେକର୍ଡ କରାଯାଇଛି ୪୮୬.୩ ମି.ମି. ବର୍ଷା  । ତେବେ ଜିଲ୍ଲାର କୋଟପାଡ ବ୍ଲକରେ  ସର୍ବାଧିକ ୭୬ ମି.ମି. ବର୍ଷା ହୋଇଥିବା ବେଳେ ପଟ୍ଟାଙ୍ଗି ବ୍ଲକରେ ସର୍ବନିମ୍ନ ୮ ମି.ମି. ବର୍ଷା ହୋଇଛି । ଏନେଇ ସୂଚନା ଦେଇଛନ୍ତି ଜରୁରୀ ବିଭାଗ ।

ଜରୁରୀ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ,  କୋରାପୁଟ ଜିଲାର ବନ୍ଧୁଗାଁ ବ୍ଲକରେ ୫୦ ମି.ମି. ବର୍ଷା ରେକର୍ଡ କରାଯାଇଥିବା ବେଳେ ଲମତାପୁଟ ବ୍ଲକରେ ୪୯.୩ ମି.ମି. ବର୍ଷା ହୋଇଛି। ସେହିପରି କୋରାପୁଟ ବ୍ଳକରେ ୩୧.୬ ମି.ମି, କୁନ୍ଦ୍ରା ବ୍ଳକରେ ୧୬.୨ ମି.ମି., ସେମିଳିଗୁଡ଼ା ବ୍ଳକରେ ୩୨ ମି.ମି. ନାରାୟଣପାଟଣା ବ୍ଲକରେ ୨୩.୪ ମି.ମି., ନନ୍ଦପୁର ବ୍ଳକରେ ୪୮ମି.ମି., ଜୟପୁର ବ୍ଳକରେ ୨୩.୪ ମି.ମି., ଦଶମନ୍ତପୁର ବ୍ଳକରେ ୬୩ ମି.ମି, ଲକ୍ଷ୍ମୀପୁର ବ୍ଲକରେ ୨୩ ମି.ମି., ବୈପାରିଗୁଡା ବ୍ଲକରେ ୧୫.୪ ମି.ମି., ବୋରିଗୁମ୍ମା ବ୍ଲକରେ ୧୫.୪ ମି.ମି. ବର୍ଷା ହୋଇଛି।

ଲଗାଣ ବର୍ଷା ଯୋଗୁଁ ତେଲେଙ୍ଗିରି ଜଳ ଭଣ୍ଡାରର ଜଳସ୍ତର ୬୨୬.୮୦ ମିଟରକୁ ବୃଦ୍ଧି ପାଇଛି। ସେହିପରି କୋଲାବ ଜଳଭଣ୍ଡାର ଜଳସ୍ତର ୮୪୮.୨୫ ମିଟର ପହଞ୍ଚିଥିବା ବେଳେ ଅପର ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳସ୍ତର ୬୩୩.୦୮ ମିଟରକୁ ବୃଦ୍ଧି ପାଇଛି।

Show More

Related Articles

Back to top button