Breaking PLUSମନୋରଞ୍ଜନମୁଖ୍ୟ ଖବରସେଲିବ୍ରିଟି

ଖୁବଶୀଘ୍ର ବିବାହ ବନ୍ଧନରେ ବେନ୍ଧି ହେବେ ଚର୍ଚ୍ଚିତ ଯୋଡ଼ି ରିଚା-ଅଲୀ

ମୁମ୍ବାଇ : ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ବଲିଉଡ୍‌ର ଚର୍ଚ୍ଚିତ ଯୋଡ଼ି ରିଚା ଚଢ଼ା ଏବଂ ଅଲୀ ଫଜଲ। ଦୁହିଁଙ୍କ ଭେଟ ୨୦୧୨ ‘ଫୁକ୍‌ରେ’ ଫିଲ୍ମ ସେଟ୍‌ରେ ହୋଇଥିଲା। ଆଉ ସାତ ବର୍ଷ ଧରି ଡେଟ୍ କରିବା ପରେ ବିବାହ କରିବା ନିଷ୍ପତ୍ତି ନେଇଥିଲେ ରିଚା ଓ ଅଲୀ। ସେମାନେ ୨୦୨୦ରେ ବିବାହ କରିଥାନ୍ତେ, ମାତ୍ର କରୋନା ଯୋଗୁଁ ତାହା ହୋଇପାରିନଥିଲା। ଏବେ ଆସନ୍ତା ସେପ୍ଟେମ୍ବର ମାସରେ ବିବାହ କରିବାର ନିଷ୍ପତ୍ତି ନେଇଛନ୍ତି । ଏହା ସହ ସେମାନେ ବିବାହର ଦୁଇଟି ପାର୍ଟି ମଧ୍ୟ ଆୟୋଜନ କରିବେ। ଅର୍ଥାତ୍ ମୁମ୍ବାଇରେ ଗୋଟିଏ ପାର୍ଟି ଦେବା ସହ ଦିଲ୍ଲୀରେ ଆଉ ଗୋଟିଏ ପାର୍ଟି ଦେବେ। ବାହାଘରରେ ଦୁହିଁଙ୍କ ପରିବାର ସଦସ୍ୟ ଓ ଅନ୍ତରଙ୍ଗ ବନ୍ଧୁ ସାମିଲ ହେବେ। ଏହି ଦୁହିଁଙ୍କ ବିବାହକୁ ନେଇ ଉଭୟଙ୍କ ପରିବାର ମଧ୍ୟ ବେଶ୍ ଖୁସି ଥିବା ଜଣାପଡୁଛନ୍ତି।

Show More

Related Articles

Back to top button