ଦେଶସ୍ୱତନ୍ତ୍ର

ଫ୍ଲିପକାର୍ଟରେ ହୋଇଥିଲା ଅର୍ଡର, ଲାପଟପ ବଦଳରେ ଆସିଲା ସାବୁନ୍

ଦିନକୁଦିନ ଅନଲାଇନ ଶପିଂରେ ଠକେଇ ବ଼ଦ୍ଧି ପାଇବାରେ ଲାଗିଛି । ଏଭଳି ଅନେକ ଘଟଣା ସାମ୍ନାକୁ ମଧ୍ୟ ଆସୁଛି । ତେବେ ଏହାରି ମଧ୍ୟରେ ଅନଲାଇନ୍ ସପିଂ କରି ଠକେଇର ଶିକାର ହୋଇଛନ୍ତି ଜଣେ ଗ୍ରାହକ । ଫ୍ଲିପକାର୍ଟରେ ଗ୍ରାହକ ଜଣକ ଲାପଟପ ଅର୍ଡର କରିଥିବାବେଳେ ପ୍ରତିବଦଳରେ ମିଳିଛି ଲୁଗା ସଫା ସାବୁନ ।

ମିଳିଥିବା ସୂଚନା ଅନୁଯାୟୀ, ହାଇଦ୍ରାବାଦର IIM ର ଯଶସ୍ୱୀ ଶର୍ମା ନାମକ ଜଣେ ଛାତ୍ର ଫ୍ଲିପକାର୍ଟର ‘ବିଗ୍ ବିଲିୟନ ଡେ ସେଲ’ ସମୟରେ ଅନଲାଇନ ଶପିଂରେ ଲାପଟପ ମଗାଇଥିଲେ । କିନ୍ତୁ ପାର୍ସଲ ଭିତରେ ଆସିଲା ୪ଟି ଘଡି ଜିଟରଜେଣ୍ଟ ସାବୁନ୍ । ଏନେଇ ଅଭିଯୋଗ ହେବା ସତ୍ତ୍ୱେ ମଧ୍ୟ ‘ରିଟର୍ନ ପଲିସି’ ନଥିବା ଦର୍ଶାଇ କହିଛି -‘NO RETURN POSSIBLE’ ।

ଏନେଇ ଯଶସ୍ୱୀ ସୋସିଆଲ ମିଡ଼ିଆ ଲିଙ୍କଡଇନରେ ଏକ ପୋଷ୍ଟ ଲେଖି ଏହି ଘଟଣା ବିଷୟରେ ସୂଚନା ଦେଇଛନ୍ତି।

 

Show More

Related Articles

Back to top button