ଓଡ଼ିଶାଦେଶମନୋରଞ୍ଜନମୁଖ୍ୟ ଖବରସ୍ୱତନ୍ତ୍ର

କଟକ ବାଲିଯାତ୍ରା ପାଇଁ ପଞ୍ଜୀକରଣ ନିୟମାବଳୀ

କଟକ: କଟକ ବାଲିଯାତ୍ରା ପାଇଁ ପ୍ଲଟ୍ ଆବଣ୍ଟନ, ପଞ୍ଜୀକରଣ ପାଇଁ ନିୟମାବଳୀ । ୨୮ ରୁ ୭ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ ପ୍ଲଟ୍ ଆବଣ୍ଟନ ପଞ୍ଜୀକରଣ ପ୍ରକ୍ରିୟା । ପ୍ରତି ବର୍ଗଫୁଟ ପାଇଁ ୫୦୦ ଟଙ୍କା ଧାର୍ଯ୍ୟ କରିଛି ଜିଲ୍ଲା ପ୍ରଶାସନ । ବ୍ୟବସାୟ, ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ପାଇଁ ପ୍ଲଟ୍ ପିଛା ୫୦୦୦ ଟଙ୍କା ଧାର୍ଯ୍ୟ କରାଯାଇଛି । ଏଥିପାଇଁ ଅକ୍ଟୋବର ୮ରୁ ୧୫ ପର୍ଯ୍ୟନ୍ତ ଚାଲିବ ପଞ୍ଜୀକରଣ ପ୍ରକ୍ରିୟା । କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ବାଲିଯାତ୍ରା ପ୍ରସ୍ତୁତି ପର୍ବ ଆରମ୍ଭ ହୋଇସାରିଛି । ଚଳିତବର୍ଷ ଅଧିକ ଆକର୍ଷଣୀୟ ଢଙ୍ଗରେ ହେବ ବାଲିଯାତ୍ରା । ଦୁଇ ବର୍ଷ ଧରି ବାଲିଯାତ୍ରା ଆୟୋଜନ ବନ୍ଦ ରହିଥିବାବେଳେ ଚଳିତ ବର୍ଷ ପୂର୍ବ ବର୍ଷ ଅପେକ୍ଷା ରେକର୍ଡ ଭାଙ୍ଗବ । ମହାନଦୀ କୂଳରେ ବାଲିଯାତ୍ରା ତଳ ପଡିଆର ୩୪ ଏକର ଅଞ୍ଚଳରେ ଚଳିତବର୍ଷ ବାଲିଯାତ୍ରା ଆୟୋଜନ ହେବ ।

Show More

Related Articles

Back to top button