ଓଡ଼ିଶା

୨ ଶିଶୁଙ୍କ ଉପରେ ମାଡିଗଲା ଟ୍ରକ୍

ସ୍ଥାନୀୟ ଲୋକଙ୍କ ଲଙ୍କାକାଣ୍ଡ

୨ ଶିଶୁଙ୍କ ଉପରେ ମାଡିଗଲା ଟ୍ରକ୍ । ଟ୍ରକ ଚାପାରେ ଜଣେ ଶିଶୁ ପ୍ରାଣ ହରାଇଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି। ଏପରି ଅଭାବନୀୟ ଘଟଣା ଝାରସୁଗୁଡା ସହରରେ ଘଟିଛି ।ସୂଚନାନୁସାରେ, ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟସ୍ଥ ରାସ୍ତାରେ ଦୁଇଜଣ ଶିଶୁ ରାସ୍ତା ଅତିକ୍ରମ କରୁଥିଲେ । ଏହି ସମୟରେ ଦୁର୍ଘଟଣା ଘଟିଥିଲା।

ଦ୍ରୁତ ବେଗରେ ଆସୁଥିବା ଏକ ଟ୍ରକ ଆକଟା ଗାଁର ଦୁଇ ଶିଶୁଙ୍କ ଉପରେ ମାଡି ଯାଇଥିଲା । ଏଥିରେ ଜଣେ ଶିଶୁ ଜୀବନ ହାରିଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛି । ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ଲୋକେ ଟ୍ରକରେ ନିଆଁ ଲଗାଇ ଦେଇଛନ୍ତି।ଘଟଣାସ୍ଥଳରେ ଝାରସୁଗୁଡା ପୋଲିସ ଓ ଦମକଳ ବାହିନୀ ପହଞ୍ଚି ନିଆଁ ଲିଭାଇବା ସହ ଉତ୍ତ୍ୟକ୍ତଙ୍କୁ ବୁଝାସୁଝା କରୁଛି।

Show More

Related Articles

Back to top button