Breaking PLUSଓଡ଼ିଶାମୁଖ୍ୟ ଖବର

ଓଡ଼ିଶା ଇଲେକ୍ଟ୍ରୋନିକ୍ସ ନୀତିକୁ ରାଜ୍ୟ କ୍ୟାବିନେଟର ମଞ୍ଜୁରୀ

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି ରାଜ୍ୟ କ୍ୟାବିନେଟ ବୈଠକ । ଏହି ବୈଠକ ଅବସରରେ ଓଡ଼ିଶା ଇଲେକ୍ଟ୍ରୋନିକ୍ସ ନୀତିକୁ ରାଜ୍ୟ କ୍ୟାବିନେଟର ମଞ୍ଜୁରୀ ମିଳିଛି । ଓଡ଼ିଶାରେ ଇଲେକ୍ଟ୍ରୋନିକ୍ସ ଶିଳ୍ପର ପ୍ରଚାର ପ୍ରସାର ପାଇଁ ଏହି ନୀତିକୁ ମଞ୍ଜୁରୀ ଦିଆଯାଇଛି ।

ଏହି ନୂତନ ନିଷ୍ପତ୍ତି ଅନୁଯାୟୀ ପ୍ରଥମ ୧୦ଟି ନୂତନ ନିବେଶକୁ ମିଳିବ ଉତ୍ପାଦନ ଭିତ୍ତିକ ସହାୟତା ପ୍ରଦାନ କରାଯିବ ବୋଲି ଜଣାପଡିଛି । ସହାୟତା ବାବଦକୁ ପ୍ରଥମ ୫ ବର୍ଷ ଯାଏଁ ବାର୍ଷିକ କାରବାରର ୧ ପ୍ରତିଶତ ଅର୍ଥ ପ୍ରଦାନ କରାଯିବ ।

ପୁଞ୍ଜିନିବେଶ ଆଧାରରେ ୟୁନିଟ ପିଛା ୧୦ରୁ ୨୫୦ କୋଟି ଯାଏଁ ସହାୟତା ମିଳିବ  । ପ୍ରତ୍ୟେକ ୟୁନିଟକୁ ୫ ବର୍ଷ ଯାଏଁ ବିଦ୍ୟୁତ ଶୁଳ୍କ ଓ ଇନସ୍ପେକ୍ସ ଫି ଛାଡ କରାଯିବ । ଯୋଗ୍ୟ ଉଦ୍ୟୋଗୀ ମାନଙ୍କର ବିଦ୍ୟୁତ ବିଲ୍ ଉପରେ ସର୍ବାଧିକ ୫୦ ଲକ୍ଷ ବା ୩୦ ପ୍ରତିଶତ ଛାଡ କରାଯିବ । ଜମି କ୍ରୟ ସମୟରେ ଷ୍ଟାମ୍ପ ଡ୍ୟୁଟି ଉପରେ ଶତ ପ୍ରତିଶତ ଛାଡ । ଚାଷଜମିକୁ ଶିଳ୍ପ ଉପଯୋଗୀ କରିବା ପାଇଁ ହେଉଥିବା ସମସ୍ତ ଖର୍ଚ୍ଚ ସରକାର ବହନ କରିବେ । ମହିଳା, ଭିନ୍ନକ୍ଷମ ଏବଂ ଅନୁସୂଚିତ ଜାତି ଓ ଜନଜାତିର ଉଦ୍ୟୋଗୀ ମାନଙ୍କୁ ଅତିରିକ୍ତ ୧ କୋଟି ପର୍ଯ୍ୟନ୍ତ ସହାୟତା ମିଳିବ । ସେହିପରି ସଠିକ ସମୟରେ ଋଣ ଶୁଝିଥିଲେ ୫ ପ୍ରତିଶତର ସୁଧ ରିହାତି ମଧ୍ୟ ପ୍ରଦାନ କରାଯିବ । ସଫଳ ଉଦ୍ୟୋଗୀଙ୍କୁ ୫ ବର୍ଷ ଯାଏଁ ଏସଜିଏସଟି ଛାଡ କରାଯିବ ।

Show More

Related Articles

Back to top button