Breaking PLUSଓଡ଼ିଶାପାଣିପାଗମୁଖ୍ୟ ଖବର

ତତଲା କଡେଇରେ ସାରା ଓଡିଶା

୪୦ ଡିଗ୍ରୀ ଉପରେ ୧୬ ସହର, ବାରିପଦା ସବୁଠୁ ଉତ୍ତପ୍ତ

ତତଲା କଡେଇରେ ସାରା ଓଡିଶା। ଡହ ଡହ ଖରାରେ ଭାଜି ହେଉଛନ୍ତି ସାଧାରଣଜନତା। ସତେ ଯେମିତି ଆକାଶରୁ ନିଆଁ ବର୍ଷୁଛି। ଶୁକ୍ରବାର ଓଡିଶାର ୧୬ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ସେଥିରୁ ୩ଟି ସହରର ପାରଦ ୪୩ ଡିଗ୍ରୀ ଉପରେ ରହିଛି। ବିଶେଷ କରି ପଶ୍ଚିମ ଓଡିଶା ଗ୍ରୀଷ୍ମପ୍ରବାହରେ ଭାଜି ହୋଇ ଯାଉଛି। ଆଜି ୪୩.୪ ଡିଗ୍ରୀ ସହ ବାରିପଦା ସର୍ବାଧିକ ଉତ୍ତପ୍ତ ସହର ପାଲଟିଛି। ୪୩.୨ ଡିଗ୍ରୀ ସହ ସୋନପୁର ଦ୍ଵିତୀୟ ଏବଂ ୪୩ ଡିଗ୍ରୀ ତାପମାତ୍ରା ସହ ବଲାଙ୍ଗୀର ତୃତୀୟ ଉତ୍ତପ୍ତ ସହର ପାଲଟିଛି।

ଆଞ୍ଚଳିକ ପାଣିପାଗ ଅନୁଯାୟୀ, ଅନୁଗୁଳରେ ୪୨.୯ ଡିଗ୍ରୀ, ଝାରସୁଗୁଡାରେ ୪୨.୭, ବୌଦ୍ଧରେ ୪୨.୫ ଡିଗ୍ରୀ, ସୁନ୍ଦରଗଡରେ ୪୨ ଡିଗ୍ରୀ, ସମ୍ବଲପୁର ଏବଂ ଟିଟିଲାଗଡରେ ୪୧.୮ ଏବଂ ତାଳଚେରରେ ତାପମାତ୍ରା ୪୧.୬ ଡିଗ୍ରୀ ରହିଛି। ସେହି ପରି ପାରଳାଖେମୁଣ୍ଡିରେ ୪୧, ଭବାନୀପାଟଣାରେ ୪୦.୮, ହୀରାକୁଦରେ ୪୦.୬, କେନ୍ଦୁଝରରେ ୪୦.୩, ମାଲକାନଗିରି ଏବଂ ଭଦ୍ରକରେ ପାରଦ ୪୦ ଡିଗ୍ରୀ ରହିଛି। ଦ୍ଵୈତନଗରୀ କଟକରେ ୩୯ ଏବଂ ଭୁବନେଶ୍ଵରରେ ତାପମାତ୍ରା ୩୮.୨ ଡିଗ୍ରୀ ସେଲସିୟସ ରହିଛି।

Show More

Related Articles

Back to top button