Breaking PLUSଓଡ଼ିଶାମୁଖ୍ୟ ଖବର

‘ଛବିରାଣୀ’ ଚଳଚ୍ଚିତ୍ର ନିର୍ଦ୍ଦେଶକଙ୍କ ଆତ୍ମହତ୍ୟା ଉଦ୍ୟମ

ଓଡ଼ିଆ ଚଳଚ୍ଚିତ୍ର ‘ଛବିରାଣୀ’ ନିର୍ଦ୍ଦେଶକଙ୍କ ଆତ୍ମହତ୍ୟା ଉଦ୍ୟମ । ୩୧ତମ ଚଳଚ୍ଚିତ୍ର ପୁରସ୍କାର ବିବାଦ ନେଇ ପୂର୍ଵ ଘୋଷଣା ମୁତାବକ ‘ଛବିରାଣୀ’ ଚଳଚିତ୍ର ନିର୍ଦ୍ଦେଶକ ବବି ଇସଲାମ ଓ ଅଭିନେତା ମିଟୁ ମିଥୁନ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । କିନ୍ତୁ ଉଭୟ ବବି ଓ ମିଟୁ ଆତ୍ମହତ୍ୟା ଉଦ୍ୟମ କରିବା ପୂର୍ବରୁ ନବୀନ ନିବାସ ଆଗରୁ ପୁଲିସ ଉଠାଇନେଇଛି ।

ସେମାନଙ୍କର ଅଭିଯୋଗ ଯେ, କପି ଫିଲ୍ମକୁ ପୁରସ୍କାର ଦିଆଯାଉଥିବାବେଳେ ମୌଳିକ ଫିଲ୍ମକୁ ପୁରସ୍କାର ଦିଆଯାଉନାହିଁ । ଵଵି ଇସଲାମ୍‌ଙ୍କ ଅଭିଯୋଗ ଅନୁସାରେ, କୋରିଆର ‘ହୋପ୍’ ନାମକ ଫିଲ୍ମ ଓ ପଂଜାଵୀ ଫିଲ୍ମ ‘କ୍ୟାରି ଅନ୍ ଜଟ୍ଟା’କୁ ପୁରାପୁରି କପି କରି ତିଆରି ହୋଇଥିଵା ଚଳଚ୍ଚିତ୍ରକୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମିଳିଛି ।

ଗତ ୫ ତାରିଖରେ ୩୧ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଥିଲା । ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ପ୍ରଯୋଜକ ଘନଶ୍ୟାମ ମହାପାତ୍ରଙ୍କୁ ଜୟଦେବ ପୁରସ୍କାର ପ୍ରଦାନ କରାଯିବା ନେଇ ଘୋଷଣା ହୋଇଥିଲା । ଏତଦ୍‌ ବ୍ୟତୀତ ୩୧ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରର ଅନ୍ୟ ବିଭାଗ ପାଇଁ ମଧ୍ୟ ପୁରସ୍କାର ଘୋଷଣା ହୋଇଥିଲା । କିନ୍ତୁ ଚଳଚ୍ଚିତ୍ର ‘ଛବିରାଣୀ’ ଏହି ପୁରସ୍କାର ପାଇବାରୁ ବାଦ୍ ପଡ଼ିଛି ।

 

Show More

Related Articles

Back to top button