ଓଡ଼ିଶା

ଏବର୍ଷ ହେବନି ଶ୍ରୀଜିଉଙ୍କ ଦୁର୍ଲଭ ନାଗାର୍ଜୁନ ବେଶ

ଏବର୍ଷ ହେବ ନାହିଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦୁର୍ଲଭ ନାଗାର୍ଜୁନ ବେଶ । ଭକ୍ତମାନେ ଭ୍ରାନ୍ତ ଧାରଣାରେ ନପଡିବା ପାଇଁ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମା ଅନୁରୋଧ କରିଛନ୍ତି । ଶ୍ରୀ ମନ୍ଦିର‌ ମୁକ୍ତି ମଣ୍ଡପ, ଗଜପତି ମହାରାଜ, ଜଗଦଗୁରୁ ଶଙ୍କରାଚାର୍ଯ୍ୟ, ପୂଜାପଣ୍ଡା ନିଯୋଗ ପକ୍ଷରୁ ଅନୁମୋଦିତ ବିଶୁଦ୍ଧ ଖଡିରତ୍ନ ପଞ୍ଜିକାରେ ନାଗାର୍ଜୁନ ବେଶ ନେଇ କୌଣସି ଉଲ୍ଲେଖ ନାହିଁ ।

ତେବେ ପଞ୍ଚୁକ ପାଞ୍ଚ ଦିନ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ବେଶ ଅନୁଷ୍ଠିତ ହେବ । ଆସନ୍ତା ସୋମବାର ଠାରୁ ଆରମ୍ଭ ହେବ ପବିତ୍ର ପଞ୍ଚୁକ ବ୍ରତ । ପଞ୍ଚୁକ ପାଞ୍ଚଦିନରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦୁର୍ଲଭ ବେଶ ଅନୁଷ୍ଠିତ ହେବ । ତେବେ ଗତବର୍ଷ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଥିବା ବେଳେ ଚଳିତ ବର୍ଷ ପଞ୍ଚୁକରେ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ହେବା ନେଇ ବିଭିନ୍ନ କ୍ୟାଲେଣ୍ଡର ଓ ପଞ୍ଜିକାରେ ଉଲ୍ଲେଖ ରହିଛି । ତେବେ ଶ୍ରୀମନ୍ଦିର ମୁକ୍ତିମଣ୍ଡପ, ଜଗଦଗୁରୁ ଶଙ୍କରାଚାର୍ଯ୍ୟ, ଗଜପତି ମହାରାଜା, ଶ୍ରୀମନ୍ଦିର ପୂଜାପଣ୍ଡା ନିଯୋଗ ପକ୍ଷରୁ ଅନୁମୋଦିତ ବିଶୁଦ୍ଧ ଖଡିରତ୍ନ ପଞ୍ଜିକାରେ ଚଳିତବର୍ଷ ପଞ୍ଚୁକ ଅବସରରେ ନାଗାର୍ଜୁନ ବେଶ ପଡୁନଥିବା ଉଲ୍ଲେଖ ରହିଛି । ତେଣୁ ଜଗନ୍ନାଥ ପ୍ରେମୀ, ଭକ୍ତ, ଶ୍ରଦ୍ଧାଳୁମାନେ ଏହି ଭ୍ରାନ୍ତ ଧାରଣାରେ ନପଡିବା ପାଇଁ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ଓ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଅନୁରୋଧ କରିଛନ୍ତି । ତେବେ କେଉଁ ତିଥିରେ ନାଗାର୍ଜୁନ ବେଶ ପଡିବା କଥା ଓ କାହିଁକି ଏବର୍ଷ ନାଗାର୍ଜୁନ ବେଶ ପଡୁନାହିଁ , ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

Show More

Related Articles

Back to top button