Breaking PLUSଦେଶମୁଖ୍ୟ ଖବର

ଖେଳରତ୍ନ ସମ୍ମାନରେ ସମ୍ମାନିତ ହେଲେ ପ୍ରମୋଦ ଭଗତ

ଓଡ଼ିଆ ପାରା ଅଲିମ୍ପିଆନ ପ୍ରମୋଦ ଭଗତଙ୍କୁ ମିଳିଲା ଖେଳରତ୍ନ ସମ୍ମାନ । ଦିଲ୍ଲୀରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ଖେଳରତ୍ନ ସମ୍ମାନ ଗ୍ରହଣ କରିଛନ୍ତି ପ୍ରମୋଦ ଭଗତ। ଆଜି ରାଷ୍ଟ୍ରପତି ନୂଆଦିଲ୍ଲୀ ଭବନରେ ଖେଳାଳୀ ମାନଙ୍କୁ ପୁରଷ୍କାର ପ୍ରଦାନ କରିଛନ୍ତି ।

ଟୋକିଓ ପାରାଅଲିମ୍ପିକ୍ସ ୨୦୨୦ରେ ଭାରତ ପାଇଁ ଗୋଲ୍ଡ ମେଡାଲ ଜିତିଥିବା ନୀରଜ ଚୋପ୍ରାଙ୍କ ସମେତ ମୋଟ ୧୨ ଜଣ ଖେଳାଳିଙ୍କୁ ଖେଳରତ୍ନ ସମ୍ମାନରେ ସମ୍ମାନିତ କରିଛନ୍ତି । ଏହି ଅବସରେ ବିଭିନ୍ନ ରାଜ୍ୟର ଖେଳାଳି ମାନେ ଯୋଗଦେଇ ରାଷ୍ଟ୍ରପତିଙ୍କ ଠାରୁ ପରୁଷ୍କାର ଗ୍ରହଣ କରିଛନ୍ତି ।

ଆଥଲେଟ ନିରଜ ଚୋପ୍ରା,ରବି କୁମାର, ଲଭଲିନା,ଶ୍ରୀଜେସ ପିଆର ,ଅବନୀ ଲାକ୍ରା,ସୁମିତ ଅଣ୍ଟିଲ ,ପ୍ରମୋଦ ଭଗତ, କ୍ରିଷ୍ଣ। ନଗର ,ମନୀଷ ନରୱାଲ,ମିଥାଲି ରାଜ,ସୁନୀଲ ଛେତ୍ରୀଓ ମନପ୍ରୀତ ସିଂ ପ୍ରମୁଖ ଯୋଗଦେଇ ରାଷ୍ଟ୍ରପତିଙ୍କ ଠାରୁ ପୁରଷ୍କାର ଗ୍ରହଣ କରିଛନ୍ତି । ଏହି ଆୱାର୍ଡ ଦିଆଯିବା ନେଇ ନଭେମ୍ବର ୨ ତାରିଖରେ ଘୋଷଣା ହୋଇଥିଲା ।

Show More

Related Articles

Back to top button