Breaking PLUSଓଡ଼ିଶାମୁଖ୍ୟ ଖବର

୨୭ରେ ଭୁବନେଶ୍ବରରେ ବଣ୍ଟାଯିବ BSKY ସ୍ମାର୍ଟକାର୍ଡ

ନଭେମ୍ବର ୨୭ରେ ଭୁବନେଶ୍ବରରେ ବଣ୍ଟାଯିବ BSKY ସ୍ମାର୍ଟକାର୍ଡ । ଏନେଇ ଭୁବନେଶ୍ବରରେ ପ୍ରାୟ ୧ ଲକ୍ଷ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି । ଓକାକ୍‌ ସହଯୋଗରେ ୯୯ଟି ରିଟେଲର ସେଣ୍ଟର ଜରିଆରେ କାର୍ଯ୍ୟ ତ୍ବରାନ୍ବିତ କରାଯାଇଛି । ସବୁ ରାସନ କାର୍ଡଧାରୀ ଏହି BSKY ସ୍ମାର୍ଟକାର୍ଡ ପାଇବେ । ଖୋର୍ଦ୍ଧା ଜିଲ୍ଲାର ୪୮ଟି ଘରୋଇ ହସ୍ପିଟାଲ ଏହି ଯୋଜନାରେ ସାମିଲ ହେବେ ।

ବର୍ତ୍ତମାନ ସୁଦ୍ଧା ୩୬ଟି ଘରୋଇ ହସ୍ପିଟାଲ ସହ ଚୁକ୍ତି ସ୍ବାକ୍ଷର ହୋଇଛି । ଏହି ଯୋଜନାରେ ମହିଳାଙ୍କୁ ୧୦ଲକ୍ଷ ଓ ପୁରୁଷଙ୍କୁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ବାସ୍ଥ୍ୟସେବା ମିଳିବ । ଆସନ୍ତା ୨୭ ତାରିଖରେ ସ୍ମାର୍ଟ କାର୍ଡ ବଣ୍ଟନ କରାଯିବା ନେଇ ସୂଚନା ଦେଇଛନ୍ତି ବିଏମସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ।

Show More

Related Articles

Back to top button