ଓଡ଼ିଶାଦେଶମୁଖ୍ୟ ଖବରରାଜନୀତି

ଧାମନଗର ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର : ଧାମନଗର ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ନଭେମ୍ବର ୩ରେ ହେବ ଧାମନଗର ଉପନିର୍ବାଚ। ଏନେଇ ଆଜି ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ଉପନିର୍ବାଚନ ନେଇ ଅକ୍ଟୋବର ୭ରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ଏହାପରେ ସେହିଦିନଠୁ ନାମାଙ୍କନ ଦାଖଲ ପ୍ରକ୍ରିଆ ଆରମ୍ଭ ହେବ। ଅକ୍ଟୋବର ୧୪ ଯାଏ ଚଲିବ ନାମାଙ୍କନ। ଅକ୍ଟୋବର ୧୪ନାମାଙ୍କନ ଦାଖଲର ଶେଷ ତାରିଖ ହୋଇଥିବା ବେଳେ ୧୫ରେ ପ୍ରାର୍ଥିପତ୍ର ଯାଞ୍ଚ, ୧୭ରେ ପ୍ରତ୍ୟାହାର କରିବାର ଶେଷ ଦିନ ରହିବ। ଏହାପରେ ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ ନେଇ ଭୋଟ ଗ୍ରହଣ କରାଯିବ। ନଭେମ୍ବର ୬ରେ ଭୋଟ ଗଣତି ଓ ଫଳାଫଳ ଘୋଷଣା ହେବ। ନଭେମ୍ବର ୮ରେ ଶେଷ ହେବ ନିର୍ବାଚନ ପ୍ରକ୍ରିୟା। ସୂଚନାଅନୁସାରେ କିଛି ଦିନ ତଳେ ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ ହୋଇଥିଲା । ଏହାପରେ ଉପନିର୍ବାଚନ ନେଇ କଳ୍ପନାଜଳ୍ପନା ଚାଲିଥିଲା । ହେଲେ ଏହି ସବୁ ଚର୍ଚ୍ଚାରେ ଅନ୍ତ ଲଗାଇଛନ୍ତି ନିର୍ବାଚନ କମିଶନର । ନଭେମ୍ବର ୩ ତାରିଖରେ ଅନୁଷ୍ଠିତ ହେବ ଧାମନଗର ଉପନିର୍ବାଚନ । ଏନେଇ ଅଗଷ୍ଟ ୭ରେ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି। ଅକ୍ଟୋବର ୧୪ ତାରିଖ ପ୍ରାର୍ଥୀମାନଙ୍କର ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ରହିଛି। ଠିକ୍ ସେହିପରି ୧୭ ତାରିଖ ହେଉଛି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ। ନଭେମ୍ବର ୬ ତାରିଖରେ ଧାମନଗର ଉପନିର୍ବାଚନର ଭୋଟ୍ ଗଣତି ହେବ ଏବଂ ସେହି ଫଳାଫଳ ଘୋଷଣା କରାଯିବ ବୋଲି ସୂଚନାରହିଛି। ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ବିୟୋଗ ପରେ ଏଠାରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି।

Show More

Related Articles

Back to top button