ଓଡ଼ିଶାସ୍ୱତନ୍ତ୍ର

ଏଣିକି ରାଜଧାନୀ ରାସ୍ତାରେ ଦୃଶ୍ୟମାନ ହେବେନି ଗାଇଗୋରୁ

ଏଣିକି ରାଜଧାନୀ ରାସ୍ତାରେ ଦୃଶ୍ୟମାନ ହେବେନି ଗାଇଗୋରୁ । ହକି ବିଶ୍ୱକପ ପୂର୍ବରୁ ବୁଲା ଗୋରୁ ଧରିବା ପାଇଁ ଜୋରଦାର ପ୍ରୟାସ ଆରମ୍ଭ ହୋଇଛି । ଏହି ଅଭିଯାନରେ ୩ଟି ଜୋନରେ ୪ଟି ଟିମ୍ ନିୟୋଜିତ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଗତକାଲି ରାତିରେ ୩୪ଟି ଷଣ୍ଢ ଓ ଗାଈ ଧରାଯାଇଛି । ବିଶେଷ କରି ଗତକାଲି ପାଗଳ ଷଣ୍ଢ ମାତିବା ଘଟଣା ପରେ ବୁଲାଗୋରୁଙ୍କୁ ଧରିବା ପ୍ରକ୍ରିୟା ବ୍ୟାପକ କରାଯାଇଛି ।

ଜାମୁକୋଳି ଗୋଶାଳାରେ ସ୍ଥାନ ଅଭାବ ଯୋଗୁ ଧରା ହୋଇଥିବା ଗୋରୁଙ୍କୁ ଜଟଣୀ ଗୋଶାଳାକୁ ପଠାଯାଇଛି । ଆଗାମୀ ଦିନରେ ଅଧିକ ଟିମ୍ ନିୟୋଜିତ କରାଯିବା ସହ ଅଭିଯାନକୁ ବ୍ୟାପକ କରାଯିବ । ନିୟମ କଡ଼ାକଡି ପାଳନ ନକଲେ ଗୋରୁମାଲିକଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସୂଚନାଯୋଗ୍ୟ, ଗତକାଲି ଭୁବନେଶ୍ବରରେ ପାଗଳ ଷଣ୍ଢ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ଜଣ ଆହତ ହୋଇଛନ୍ତି।

Show More

Related Articles

Back to top button