ଭକ୍ତିମନୋରଞ୍ଜନମୁଖ୍ୟ ଖବରସେଲିବ୍ରିଟିସ୍ୱତନ୍ତ୍ର

ଫିଲ୍ମର ସଫଳତା ପାଇଁ ବୈଷ୍ଣ ଦେବୀଙ୍କ ମନ୍ଦିରରେ ପ୍ରାର୍ଥନା କରିଛନ୍ତି ଶାହରୁଖ

ମୁମ୍ବାଇ: ବଲିଉଡର ବାଦଶାହ ଶାହରୁଖ ଖାନ। ସେ ନିଜ କାମ ସହ ଈଶ୍ୱରଙ୍କ ପୂଜାର୍ଚ୍ଚନା କରିବା ଭୁଲନ୍ତି ନାହିଁ। ମୁସଲିମ ଧର୍ମ ଅନୁଯାୟୀ ମକ୍କାରେ ନମାଜ ପାଠ କରି ମୁଣ୍ଡ ଟେକିବା ପରେ ଏବେ ଶାହରୁଖ ମାତା ବୈଷ୍ଣ ଦେବୀଙ୍କ ମନ୍ଦିରରେ ଶରଣ ପସିଛନ୍ତି। ଶାହରୁଖଙ୍କ ଏହି ଅନ୍ଦାଜ ଏବେ ତାଙ୍କ ଫ୍ୟାନ୍‌ମାନଙ୍କ ପୁଣି ଥରେ ହୃଦୟ ଜିତି ନେଇଛି।

ଆସନ୍ତା ମାସରେ ରିଲିଜ ହେବ ଶାହରୁଖ ଖାନ୍‌ଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ପଠାନ। ଏଭଳି ସ୍ଥିତିରେ ସେ ତାଙ୍କ ଫିଲ୍ମର ସଫଳତା ପାଇଁ ପ୍ରାର୍ଥନା କରୁଛନ୍ତି। କିଙ୍ଗ ଖାନ ଗତକାଲି ବିଳମ୍ବିତ ରାତିରେ କଟରାର ମାତା ବୈଷ୍ଣ ଦେବୀଙ୍କ ମନ୍ଦିରରେ ପହଞ୍ଚିଥିଲେ। ସେ ସେଠାରେ ନତମସ୍ତକ ହୋଇ ମା ବୈଷ୍ଣ ଦେବୀଙ୍କ ଦରବାରରେ ପ୍ରାର୍ଥନା କରିଥିଲେ।

ଶାହରୁଖ ନିଜ ଅନ୍ୟ ସାଥୀମାନଙ୍କ ସହ ଯାଇ ମାତା ବୈଷ୍ଣ ଦେବୀ ମନ୍ଦିରରେ ପ୍ରାର୍ଥନା କରିଛନ୍ତି। ଲୋକଙ୍କ ଆଖି ଆଗରୁ ବର୍ତ୍ତିବା ପାଇଁ ମନ୍ଦିରକୁ ଯିବା ବେଳେ ଶାହରୁଖ ମୁହଁରେ ମାସ୍କ ପିନ୍ଧିଥିଲେ। ଏହାର ଫଟୋ ଆଉ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ଶାହରୁଖ ଖାନ୍‌ଙ୍କୁ ପରଦାରେ ଭିନ୍ନ ଭିନ୍ନ ରୂପରେ ଫ୍ୟାନ୍‌ମାନେ ଦେଖିଥିବେ। କେତେବେଳେ ରୋମାନ୍ସ ତ ଆଉ କେତେବେଳେ ସେ ଆକ୍ସନ କିଙ୍ଗ ସାଜି ଦର୍ଶକଙ୍କ ହୃଦୟ ଜିତିଛନ୍ତି। ତେବେ ପ୍ରକୃତ ଜୀବନରେ ଶାହରୁଖ ଜଣେ ଟ୍ରୁ ଫ୍ୟାମିଲି ମ୍ୟାନ୍ ହେବା ସହ ବେଶ୍ ଧାର୍ମିକ ମଧ୍ୟ। ସେ ସବୁ ଧର୍ମକୁ ସମ୍ମାନ ଦିଅନ୍ତି।

Show More

Related Articles

Back to top button