ଓଡ଼ିଶାରାଜନୀତି

ପଦ୍ମପୁରର ନୂତନ ବିଧାୟିକା ଭାବେ ଶପଥ ଗ୍ରହଣ କଲେ ବର୍ଷା

ପଦ୍ମପୁରକୁ ମିଳିଲା ନୂତନ ବିଧାୟିକା । ଆଜି ଶପଥ ଗ୍ରହଣ କରିଛନ୍ତି ବର୍ଷା ସିଂ ବରିହା । ବିଧାନସଭାରେ ବିଧାୟିକା ଭାବେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହି ସମୟରେ ସରକାରୀ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି, ମନ୍ତ୍ରୀ ଟୁକୁନି ସାହୁ ଓ ରୀତା ସାହୁ ଙ୍କ ସମେତ ସୁଶାନ୍ତ ସିଂ, ସ୍ନେହାଙ୍ଗୀନ ଛୁରିଆ ଏବଂ ପ୍ରଫୁଲ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।

ଶପଥ ଗ୍ରହଣ କରିବା ପରେ ବର୍ଷା ଗଣମାଧ୍ୟମ ଆଗରେ ପ୍ରତ୍ରିକ୍ରିୟା ରଖି କହିଛନ୍ତି ଯେ, ମୁଁ ଆଜି ବିଧିବଦ୍ଧ ଭାବେ ପଦ୍ମପୁର ବିଧାୟିକା ଭାବେ ଶପଥ ନେଇଛି । ପଦ୍ମପୁର ଜନସାଧାରଣଙ୍କ ଆଶୀର୍ବାଦ ପାଇଛି । ପଦ୍ମପୁରବାସୀଙ୍କ ସମସ୍ତ ଅସୁବିଧା କଥା ଗୃହରେ ଉଠାଇବି ।

ଉଲ୍ଲେଖଯୋଗ୍ୟ, ବର୍ଷା ସିଂ ବରିହା ରେକର୍ଡ ସଂଖ୍ୟକ ୪୨,୬୭୯ ଭୋଟ୍ ବ୍ୟବଧାନରେ ନିକଟତମ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ପରାସ୍ତ କରିଛନ୍ତି। ବର୍ଷା ୧,୨୦,୮୦୭ ଭୋଟ୍ ପାଇଥିବା ବେଳେ ପ୍ରଦୀପ ୭୮,୧୨୮ ଭୋଟରେ ସୀମିତ ରହିଛନ୍ତି। କଂଗ୍ରେସର ସ୍ଥିତି ଦୟନୀୟ ହୋଇପଡ଼ିଛି। କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ମାତ୍ର ୩୫୯୪ ଭୋଟ୍ ପାଇବାରେ ସମର୍ଥ ହୋଇଛନ୍ତି। ନୋଟାରେ ରେକର୍ଡ ୨୦୮୭ ଭୋଟ୍ ପଡ଼ିଛି। ଏହି ଫଳାଫଳ ବି ଶାସକ ବିଜେଡିକୁ ଉତ୍ସାହିତ କରିଛି। ଗତ ନିର୍ବାଚନ ତୁଳନାରେ ଦଳ କେବଳ ଅଧିକ ଭୋଟ୍ ପାଇନାହିଁ, ପ୍ରଥମଥର ପାଇଁ ଜଣେ ପ୍ରାର୍ଥୀ ୧ଲକ୍ଷରୁ ଉର୍ଦ୍ଧ୍ବ ଭୋଟ୍ ହାସଲ କରିଛନ୍ତି। ଉପନିର୍ବାଚନରେ ବିଜୟୀ ହେବା ପରେ ଶୁକ୍ରବାର ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ ।

Show More

Related Articles

Back to top button