Breaking PLUSଓଡ଼ିଶାଦେଶମୁଖ୍ୟ ଖବରଶିକ୍ଷା

ଦଶମ ଓ ଦ୍ୱାଦଶ ପିଲାଙ୍କ ନୂତନ ପାଠପଢା

 କରୋନାର ଭୟରେ ଗତ ଦୁଇ ବର୍ଷ ହେବ ପିଲାମାନେ ସ୍କୁଲରେ ପାଠ ପଢ଼ିନାହାନ୍ତି

କରୋନାର ଭୟରେ ଗତ ଦୁଇ ବର୍ଷ ହେବ ପିଲାମାନେ ସ୍କୁଲରେ ପାଠ ପଢ଼ିନାହାନ୍ତି । ଏଥିପାଇଁ ସ୍ୱତନ୍ତ୍ର ପୁସ୍ତିକା ପ୍ରକାଶ କରାଯାଇ ପିଲାଙ୍କ କୋର୍ସରେ ମିଶ୍ରଣ କରାଯିବ । ଫଳରେ ପିଲାମାନେ ପଛେଇ ଯିବେନାହିଁ । ଦଶମ ଏବଂ ଦ୍ୱାଦଶ ପରୀକ୍ଷା ନେଇ ସମୀକ୍ଷା କରାଯାଇଛି । ମାଧ୍ୟମିକ ଶିକ୍ଷା ପରିଷଦ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବିଭିନ୍ନ ଷ୍ଟେକ୍ ହୋଲ୍‌ଡରଙ୍କ ସହ ଆଲୋଚନା ଜାରି ରଖିଛନ୍ତି । ଦୁଇ ବୋର୍ଡର ରିପୋର୍ଟ ଆଧାରରେ ପରୀକ୍ଷା ନିଷ୍ପତ୍ତି ନିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ରାଜ୍ୟରେ ସ୍କୁଲ ଖୋଲିବା ଏବଂ ଦଶମ, ଦ୍ୱାଦଶ ପରୀକ୍ଷା ସମ୍ପର୍କରେ ଆଜି ମନ୍ତ୍ରୀ କହିଛନ୍ତି ଯେ ଦୁଇବର୍ଷ ପରେ ଆସନ୍ତାକାଲି ଠାରୁ ସ୍କୁଲରେ ପାଠପଢ଼ା ହେବ । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସ୍କୁଲ ଖୋଲିବା ନେଇ ଗତ ୨୫ ତାରିଖରେ ବିଭାଗର ସମୀକ୍ଷା ବୈଠକ ନିଆଯାଇଥିଲା । ଜିଲ୍ଲା ଓ ବ୍ଲକ୍ ଶିକ୍ଷା ଅଧିକାରୀମାନେ ସମସ୍ତ ପ୍ରକାର ପ୍ରସ୍ତୁତି କରିଛନ୍ତି । ନିର୍ବାଚନ ହୋଇଥିବାରୁ ସ୍କୁଲ କ୍ୟାମ୍ପସକୁ ସାନିଟାଇଜର କରାଯାଇଛି । ପିଲାଙ୍କ ଉପସ୍ଥାନ ଯେପରି ବଢ଼ିବ ସେଥିପାଇଁ ଅଭିଭାବକଙ୍କ ସହ ମଧ୍ୟ ବୈଠକ କରାଯାଇଛି । ପିଲାଙ୍କ ସୁରକ୍ଷା ଆମର ପ୍ରଥମ କର୍ତ୍ତବ୍ୟ ରହିବ । ଅନ୍ୟପକ୍ଷରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଏବଂ ଗୁଣାତ୍ମକ ଶିକ୍ଷାପ୍ରତି ସରକାର ଅଧିକ ଗୁରୁତ୍ୱ ଦେଉଥିବା ସେ କହିଛନ୍ତି । ଦୁଇ ବର୍ଷ ମଧ୍ୟରେ ପିଲାମାନଙ୍କର ଯାହା ଡାଉଟ୍ ଥିବ ପିଲାମାନେ ଏହାର ଭରଣ କରିବେ ଏବଂ ପରୀକ୍ଷା ପାଇଁ ପ୍ରସ୍ତୁତ ହେବେ । କ୍ଲାସରୁମରେ  ମ୍କାସ୍ ପିନ୍ଧିବେ ଓ ଦୂରତା ବଜାୟ ରଖିବେ ।

Show More

Related Articles

Back to top button