Breaking PLUSଓଡ଼ିଶାଦେଶ ବିଦେଶ

ଗୋଟିଏ ଦିନରେ ଆଳୁ ଓ ପିଆଜ ଦର କିଲୋ ପିଛା ୫ ଟଙ୍କା ବୃଦ୍ଧି

ସାଧାରଣ ଖାଉଟି ହନ୍ତସନ୍ତ

ଭୁବନେଶ୍ୱର : ରୁଷ୍‌-ୟୁକ୍ରେନ ଯୁଦ୍ଧର ପ୍ରାରମ୍ଭ ଦିନରୁ ଏହାର ପ୍ରଭାବ ଘରୋଇ ବଜାରରେ ଅନୁଭୂତ ହେଉଛି। ଏଥିଯୋଗୁ ଖୁଚୁରା ବଜାରରେ ସୂର୍ଯ୍ୟମୁଖୀ ,ସୋୟାବିନ୍‌ ଏବଂ ପାମୋଲିନ୍‌ ତେଲ ଦର ମହଙ୍ଗା ହେବାରେ ଲାଗିଛି।  ଦୁଇ ବର୍ଷ ହେବ ବଜାରରେ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଦର କ୍ରମାଗତ ଭାବେ ଉଚ୍ଚରେ ରହୁଥିବା ଯୋଗୁ ବିଚାରା ଖାଉଟି ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ସେହିପରି ପ୍ରତିବର୍ଷ  ଆଳୁ ଏବଂ ପିଆଜ ଦରରେ ମଧ୍ୟ ବୃଦ୍ଧି ପାଇଥାଏ ,ଯାହା ଖାଉଟିଙ୍କ ସମସ୍ୟାକୁ ଆହୁରି ବଢ଼ାଇ ଦେଉଥିବାବେଳେ ଏବେ ଆଳୁ ଓ ପିଆଜ ଦର ପୁଣି ବଢ଼ିବା ଖାଉଟିଙ୍କ ଚିନ୍ତା କୁ ଦ୍ବିଗୁଣିତ କରିଛି। ଦିନକ ପୂର୍ବରୁ ଆଳୁ କିଲୋ ପିଛା ୨୦ ଟଙ୍କା ଏବଂ ପିଆଜ ୪୦ ଟଙ୍କାରେ ବିକ୍ରି ହେଉଥିଲା । କିନ୍ତୁ ଦିନକରେ ଆଳୁ ଓ ପିଆଜ ଦର କିଲୋ ପିଛା ୫ ଟଙ୍କା ବଢ଼ିଯାଇଛି। ବର୍ତ୍ତମାନ ବଜାରରେ ଆଳୁ କିଲୋ ପିଛା ୨୫ ଟଙ୍କା ହୋଇଥିବା ବେଳେ ପିଆଜ ଦର ୪୫ ଟଙ୍କା ରହିଛି । ସେହିପରି ଖାଇବା ତେଲର ଦର ଲିଟର ପିଛା ୧୫ ଟଙ୍କା ଯାଏ ବୃଦ୍ଧି ଘଟିଛି । ବର୍ତ୍ତମାନ ଅମଳ ଋୁତୁ ଚାଲୁଥିବାବେଳେ ଖାଉଟିଙ୍କ ଧାରଣା ଥିଲା ଏବେ ଆଉ କିଛି ଦିନ ଆଳୁ ଓ ପିଆଜ ଦର ବୃଦ୍ଧି କମ୍‌ ହେବ। କିନ୍ତୁ ଏହା ଭୂଲ୍‌ ପ୍ରମାଣିତ ହୋଇଛି। ବଜାରରେ ଆଳୁ ଓ ପିଆଜ ଦର କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି।

ବର୍ତ୍ତମାନ ଅମଳ ସମୟ ହୋଇଥିଲେ ସୁଦ୍ଧା ବଡ଼ ବଡ଼ କର୍ପୋରେଟ୍‌ କମ୍ପାନୀଗୁଡିକ ପ୍ରବଳ ମାତ୍ରରେ ଆଳୁ ଓ ପିଆଜ ନେଇ ଶୀତଳ ଭଣ୍ଡାରରେ ଠୁଳ କରୁଥିବା ଯୋଗୁ ବଜାରରେ ଏସବୁ ଜିନିଷର ଦର ବଢ଼ୁଛି ବୋଲି ଆଇଗିଣିଆ ଆଳୁ ଗଦିର ସାଧାରଣ ସମ୍ପାଦକ ଶକ୍ତିଶଙ୍କର ମିଶ୍ର କହିଛନ୍ତି ।

Show More

Related Articles

Back to top button