Breaking PLUSଦୁର୍ଘଟଣାମୁଖ୍ୟ ଖବର

କାର୍ ଦୁର୍ଘଟଣାରେ ୭ଜଣ ଆହାତ

ବ୍ରେକ୍ ଫେଲ୍ ହୋଇ କାର ଦୁର୍ଘଟଣାରେ ପରିବାରର ୭ ଜଣ ସଦସ୍ୟ ଆହାତ ।

ବ୍ରେକ୍ ଫେଲ୍ ହୋଇ କାର ଦୁର୍ଘଟଣାରେ ପରିବାରର ୭ ଜଣ ସଦସ୍ୟ ଆହାତ । ଏହି ଦୁର୍ଘଟଣାଟି ରାଜସ୍ଥାନ ଅଜମେରର ତାରାଗଡ ଅଞ୍ଚଳରେ ଘଟିଛି ଏବଂ ୭ଜଣ ସଦସ୍ୟଙ୍କ ସହିତ ଜଣେ ଶିଶୁ ମଧ୍ୟ ଥିଲା । କାରଟି ପ୍ରାୟ ୫୦ ଫୁଟ୍‍ ଗଭୀର ଖାଇକୁ ଖସିବା ପରେ ଓଲଟି ଯାଇଥିଲା। ସୌଭାଗ୍ୟବଶତଃ କାର୍‌ଟି ଏକ ବୁଦାରେ ଲାଗିଯିବାରୁ ସମସ୍ତେ ମୃତ୍ୟୁମୁଖରୁ ବଞ୍ଚି ଯାଇଛନ୍ତି । ଏହା ଦେଖି ସେଠାକାର ସ୍ଥାନୀୟ ଲୋକେ ଉଦ୍ଧାର କଲେ । ଉଦ୍ଧାର ପରେ ସଭିଁଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।  ସୂଚନା ଯୋଗ୍ୟ, ରବିବାର ବିଳମ୍ବିତ ରାତିରେ ଅହମଦାବାଦ (ଗୁଜରାଟ)ର ଗୋଟିଏ ପରିବାର ତାରାଗଡ ଯାଇ କାରରେ ଫେରୁଥିଲେ। ପାହାଡ ରାସ୍ତାରେ କାରଟି ତଳକୁ ଖସିବା ସମୟରେ ବ୍ରେକ୍‍ କାମ ନକରିବା ଫଳରେ ୫୦ ଫୁଟ ତଳକୁ ଖସି ପଡିଥିଲା। ବୁଦାରେ ଲାଖି ରହିବାରୁ କାହାରି ଅଧିକ ଗୁରୁତର କ୍ଷତି ହୋଇ ନାହିଁ । ସେହି ଅଞ୍ଚଳରେ ଥିବା ସ୍ଥାନୀୟଲୋକେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ କ୍ରେନ ଯୋଗେ କାରଟିକୁ ଉପରକୁ ଉଠା ଯାଇଥିଲା। କିନ୍ତୁ ଏହାର

Show More

Related Articles

Back to top button