Breaking PLUSଅପରାଧଆଇନ କାନୁନମୁଖ୍ୟ ଖବର

ଯଦି ଆପଣ ଜିମେଲ ବ୍ୟବହାର କରୁଛନ୍ତି ତେବେ ହୋଇଯାନ୍ତୁ ସାବଧାନ୍

ନଚେତ୍ ହୋଇପାରନ୍ତି ଠକାମିର ଶିକାର

ନୂଆଦିଲ୍ଲୀ: ଦିନକୁ ଦିନ ସାଇବର ଠକଙ୍କ ସଂଖ୍ୟା ଅହେତୁକ ମାତ୍ରାରେ ବୃଦ୍ଧି ପାଇବାରେ ଲାଗିଛି । ଠକିବାର ନୂଆ ନୂଆ ତରିକା ଆପଣାଉଛନ୍ତି ଏହି ଠକମାନେ । ଏହି ସାଇବର ଲୁଟେରା ମାନେ ବର୍ତ୍ତମାନ ଏକ ନୂତନ ଶୈଳୀର ଠକେଇ କରୁଛନ୍ତି । ଏହି ଠକେଇର ନାମ ଭିସିଙ୍ଗ ବୋଲି ନାମକରଣ କରାଯାଇଥିବା ବେଳେ ଇମେଲ ଆଇଡି ଜରିଆରେ ଏହି ଲୁଟ କରୁଛନ୍ତି । ଜିମେଲ ବ୍ୟବହାରକାରୀଙ୍କ ନିକଟକୁ ଏକ ମେସେଜ ପଠାଉଛନ୍ତି  , ଏହା ଉପରେ କ୍ଲିକ୍ କରିବାମାତ୍ରେ  ଆକାଉଣ୍ଟ ସଫା ହୋଇଯାଉଛି ।

ଏହି ଠକ ମାନେ ଆପଣଙ୍କୁ ମାଲୱେୟାର ପଠାଇବା ପରିବର୍ତ୍ତେ କୌଣସି ବଡ କମ୍ପାନୀରୁ ଏକ ମେସେଜ ପଠାଇ ପାରନ୍ତି । ଆମାଜନ, ପେପାଲ ଅଥବା ଫ୍ଲିପକାର୍ଟ ପରି କମ୍ପାନୀ ଆକାଉଣ୍ଟରୁ ଏହି ମେଲ ଆପଣଙ୍କ ନିକଟକୁ ଆସିବ । ପ୍ରକୃତ କମ୍ପାନୀରୁ ଆସୁଥିବା ମେଲ ଏବଂ ଏହି ଭିସିଙ୍ଗ ମେଲ ମଧ୍ୟରେ କୌଣସି  ପାର୍ଥକ୍ୟ ପରିଦର୍ଶିତ ହେବ ନାହିଁ ।

ଆପଣ ଆମାଜନ ଅଥବା ଅନ୍ୟ ୱେବସାଇଟରୁ ଅନଲାଇନ ସପିଂ ଜରିଆରେ ଜିନିଷ କିଣିଛନ୍ତି । ଏହି ଅର୍ଡରଟିକୁ କ୍ୟାନସଲ କରିହେବ ନାହିଁ । ଯଦି ଆପଣ ଏହାକୁ କ୍ୟାନସଲ କରିବାକୁ ଚାହାଁନ୍ତି ତାହେଲେ ଆପଣ ନିମ୍ନଲିଖିତ ନମ୍ବରରେ କଲ କରନ୍ତୁ । ଆପଣ ଯଦି ଉକ୍ତ ନମ୍ବରରେ କଲ କରନ୍ତି ତାହେଲେ ମିନିଟିକ ମଧ୍ୟରେ ଆପଣଙ୍କ ଆକାଉଣ୍ଟରେ ସବୁ ଟଙ୍କା ଲୁଟିନେବେ ସାଇବର ଲୁଟେରା । ଏଥିରୁ ବର୍ତ୍ତିବା ପାଇଁ ଏଭଳି ମେଲକୁ ସର୍ବଦା ଇଗ୍ନୋର କରିବା ଉଚିତ ବୋଲି କୁହାଯାଇଛି ।

Show More

Related Articles

Back to top button