Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ବଦଳିଲା ବାୟୁସେନାର ଧ୍ୱଜା, ଏୟାର ଚିଫ୍ ମାର୍ଶଲ ଚୌଧୁରୀ କଲେ ଅନାବରଣ

ପ୍ରୟାଗରାଜ- ଭାରତୀୟ ବାୟୁସେନାର 91 ତମ ପ୍ରତିଷ୍ଠା ଦିବସ ସମାରୋହ ଏକ ଗୁରୁତ୍ୱପୂର୍ଣ୍ଣ ଦିନ ଭାବରେ ଇତିହାସ ରଚିଛି । ଆଜିର ଏହି ଐତିହାସକ ଦିନରେ ବାୟୁସେନା ପ୍ରମୁଖ ଏୟାର ଚିଫ୍ ମାର୍ଶଲ ଭିଆର ଚୌଧୁରୀ ବାୟୁସେନାର ନୂଆ ଧ୍ୱଜାର ଅନାବରଣ କରିଛନ୍ତି । ବାର୍ଷିକ ପରେଡରେ ବାୟୁସେନାର ଯୋଦ୍ଧା ଜୋଶରେ ପାଦ ସହିତ ପାଦ ମିଳାଇଥିବାର ଦେଖିବାକୁ ମିଳିଥିଲା । ଏହା ସହିତ ଉତ୍ତରପ୍ରଦେଶର ପ୍ରୟାଗରାଜରେ 2023 ଅକ୍ଟୋବର 8 ତାରିଖ ବାୟୁସେନାର ଇତିହାସରେ ଏକ ଐତିହାସିକ ଦିନ ଭାବେ ଲିପିବଦ୍ଧ ହୋଇଯାଇଛି ।
ନୂଆ ଧ୍ୱଜ ଅନାବରଣ ସହ ଭାରତର ଡ୍ରୋନ ଶକ୍ତି ପ୍ରଦର୍ଶନ କରାଯାଇଥିଲା । ଏହା ପରେ ନିଶାନ ଟୋଲି ନୂତନ ପତାକା ସହିତ ସାଲ୍ୟୁଟିଂ ଷ୍ଟେଜ ଆଗରେ ଯାଇ ସ୍ୱୀକୃତି ପ୍ରଦାନ କରିଥିଲେ, ଯାହାର ଅଭିବାଦନ ସମସ୍ତ ଲୋକେ ନିଜ ନିଜ ସ୍ଥାନରେ ଛିଡ଼ା କରିଥିଲେ ।
ଇତିହାସକୁ ଦେଖିଲେ ଜଣାପଡେ ଯେ, ସ୍ୱାଧୀନତା ପୂର୍ବରୁ ବାୟୁସେନାର ପତାକାର ଉପର ଭାଗରେ ଇଂରେଜ ଶାସନର ଝଲକ ଦେଖିବାକୁ ମିଳିଥାଏ । ସ୍ୱାଧୀନତା ପରେ ଭାରତୀୟ ବାୟୁସେନାର ପତାକା ବଦଳାଯାଇଥିଲା । ୟୁନିୟନ ଜ୍ୟାକ ଭାରତୀୟ ତ୍ରିରଙ୍ଗା ସହ ମିଳାଇ ବାୟୁସେନାର ପତାକା ତିଆରି କରିଥିଲେ । ଏବେ ଭାରତୀୟ ବାୟୁସେନାର ମୂଲ୍ୟବୋଧକୁ ଭଲ ଭାବରେ ପ୍ରତିଫଳିତ କରିବା ପାଇଁ ନୂତନ ପତାକା ପ୍ରସ୍ତୁତ କରାଯାଇଛି। ନୂଆ ପତାକାର ଉପର ଡାହାଣ କୋଣରେ ବାୟୁସେନାର କ୍ରେଷ୍ଟକୁ ସାମିଲ କରାଯାଇଛି ।
ଭାରତୀୟ ବାୟୁସେନାର ଚିଫ ମାର୍ଶଲ ସଲାମୀ ନେବା ପରେ ପରେଡର ଅଭିବାଦନ ଗ୍ରହଣ କରିଥିଲେ ।

Show More

Related Articles

Back to top button