Breaking PLUSଓଡ଼ିଶାଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଆଜି ବାୟୁସେନା ଦିବସ, ବାୟୁ ଯୋଦ୍ଧାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା

ନୂଆଦିଲ୍ଲୀ- ଆଜି ବାୟୁସେନା ଦିବସ । ଏହି ଅବସରରେ ବାୟୁ ଯୋଦ୍ଧାମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୋସିଆଲ ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବାୟୁ ସେନା ଦିବସ ଅବସରରେ ବାୟୁ ଯୋଦ୍ଧା ଓ ସେମାନଙ୍କ ପରିବାରକୁ ଶୁଭେଚ୍ଛା ଜଣାଉଛି । ଭାରତୀୟ ବାୟୁସେନାର ବୀରତ୍ୱ, ପ୍ରତିବଦ୍ଧତା ଏବଂ ଉତ୍ସର୍ଗୀକୃତତା ପାଇଁ ଭାରତ ଗର୍ବିତ । ସେମାନଙ୍କର ମହାନ ସେବା ଓ ବଳିଦାନ ପାଇଁ ଆମର ଆକାଶ ମାର୍ଗ ସୁରକ୍ଷିତ ରହିପାରିଛି ।

ବାୟୁସେନା ଦିବସର ଶୁଭେଚ୍ଛା ଜଣାଇଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ସୋସିଆଲ ମିଡିଆ ଏକ୍ସରେ ସେ ଲେଖିଛନ୍ତି ଯେ, ସମସ୍ତ ଭାରତୀୟ ବାୟୁସେନା କର୍ମଚାରୀ ଓ ସେମାନଙ୍କର ପରିବାରକୁ ବାୟୁସେନା ଦିବସର ଶୁଭେଚ୍ଛା ଜଣାଉଛି । ଆମେ ଆମର ବାୟୁସେନାର ଯୋଦ୍ଧାଙ୍କୁ ନେଇ ଗର୍ବିତ, ଯେଉଁମାନେ କି ଭାରତକୁ ସୁରକ୍ଷିତ ରଖିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛନ୍ତି । ଭାରତୀୟ ବାୟୁସେନା ଆଜି ଶକ୍ତିଶାଳୀ ବଳ, ଏହା ନିଜର ଶକ୍ତି ବାହାରେ ପ୍ରୋଜେକ୍ଟ କରୁଥିବା କହିଛନ୍ତି ରାଜନାଥ ସିଂ ।

ବାୟୁସେନା ଦିବସର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୋସିଆଲ ମିଡିଆ ଏକ୍ସରେ କହିଛନ୍ତି ଯେ, ବାୟୁସେନା ଦିବସରେ ଭାରତୀୟ ବାୟୁସେନାର ସାହସୀ ପୁରୁଷ ଏବଂ ମହିଳାଙ୍କ ସାହସ, ଉତ୍ସର୍ଗୀକୃତତା ଏବଂ ବୃତ୍ତିଗତ କାର୍ଯ୍ୟ ପାଇଁ ସେମାନଙ୍କୁ ସାବାସୀ । ଆମ ଦେଶର ସାର୍ବଭୌମତ୍ୱ ଏବଂ ଅଖଣ୍ଡତା ରକ୍ଷା କରୁଥିବା ଏବଂ ବିପର୍ଯ୍ୟୟ ସମୟରେ ନାଗରିକମାନଙ୍କୁ ସହାୟତା ପ୍ରଦାନ କରୁଥିବା ଏହି ଅଧିକାରୀମାନଙ୍କର ପ୍ରତିବଦ୍ଧତାକୁ ନମନ କରୁଛି ।

ବାୟୁସେନା ଦିବସରେ ବାୟୁସେନାର ଯୋଦ୍ଧା ଓ ସେମାନଙ୍କୁ ପରିବାରବର୍ଗଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋସିଆଲ ମିଡିଆ ଏକ୍ସରେ ସେ ଦେଇଥିବା ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି ଯେ, ବାୟୁସେନାର ଯୋଦ୍ଧା ଓ ସେମାନଙ୍କର ପରିବାରବର୍ଗଙ୍କୁ ମୋର ଶୁଭେଚ୍ଛା । ଦେଶ ସେମାନଙ୍କର ଅପୂର୍ବ ସାହସ, ଅଦମ୍ୟ ନିଷ୍ଠା ଏବଂ ନିସ୍ୱାର୍ଥପର ସେବା ପାଇଁ ଗର୍ବିତ । ସେମାନେ ସର୍ବଦା ଗର୍ବରେ ଆକାଶକୁ ଛୁଅନ୍ତୁ ବୋଲି କାମନା କରିଛନ୍ତି ଧର୍ମେନ୍ଦ୍ର ।

Show More

Related Articles

Back to top button