Breaking PLUSଓଡ଼ିଶାଦୁର୍ଘଟଣାମୁଖ୍ୟ ଖବର

ମର୍ଣ୍ଣିଂ ୱାକ୍ ବେଳେ ଚଢ଼ିଗଲା ଗାଡି

ଆଜି ସକାଳେ ମର୍ଣ୍ଣି ୱାର୍କ କରିଥିବା ସମୟରେ ହଠାତ୍ ଗାଡି ଚଢିଯିବାରୁ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଯାଇଛି । ଏଭଳି ଏକ ଅଘଟଣ ମର୍ଣ୍ଣିଂ ୱାକ୍ ବେଳେ ଘଟିଥିବାର ସୂଚନା ମିଳିଛି । ସୂଚନା ଅନୁସାରେ ଅନୁଗୁଳ ପାଳଲହଡା ମୁକ୍ତାପୁର ଛକରେ ୨ କଲେଜ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମର୍ଣ୍ଣି ୱାକ୍ ବେଳେ ଏକ ଅଜଣା ଗାଡି ଧକ୍କା ଦେଇ ପଳାଇଥିବାର ଜଣା ପଡିଛି । ସେହିପରି ବଲାଙ୍ଗିରରେ ମଧ୍ୟ ଆଉ ଏକ ଅଭାବନୀୟ ଘଟଣା ଘଟିଛି । ପାଟଣାଗଡ ରାସ୍ତାରେ ଯୁବକଙ୍କ ଉପରେ ଏକ ଭ୍ୟାନ ଚଢିଯାଇଥିଲା । ଏହାପରେ ଗେଡାବାଋ୍‌ଜି ଛକରେ ଯୁବକଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଭ୍ୟାନ ଚମ୍ପଟ ମାରିଥିଲା । ତେବେ ଭ୍ୟାନ ଡ୍ରାଇଭରକୁ ଗିରଫ ଦାବିରେ ପରିବାର ଲୋକେ ରାସ୍ତାରୋକ କରିଛନ୍ତି । ମୃତଦେହ ରଖି ରାସ୍ତା ଅବରୋଧ କରିଥିବାର ଦେଖିବାକୁ ମିଳିଛି । ଏଭଳି ରାସ୍ତାରୋକ ଯୋଗୁଁ ଯାତାୟାତ ମଧ୍ୟ ପ୍ରଭାବିତ ହୋଇଛି ।

Show More

Related Articles

Back to top button