ଦେଶରାଜନୀତିସଂସଦ

NDA କୁ ଟକ୍କର ଦେବା ପାଇଁ ବୈଠକ

ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ)କୁ ଟକ୍କର ଦେବା ପାଇଁ ବିରୋଧୀ ମହାମେଣ୍ଟ ଭାରତୀୟ ଜାତୀୟ ବିକାଶମୂଳକ ଅନ୍ତର୍ଭୁକ୍ତ ସହଯୋଗୀ (ଇଣ୍ଡିଆ) ଆହ୍ୱାନ ଦେଇଛି । ଗତ କାଲି ମୁମ୍ବାଇଠାରେ ଅନୁଷ୍ଠିତ ଇଣ୍ଡିଆର ବୈଠକରେ ୨୮ଟି ବିପକ୍ଷ ଦଳର ନେତାମାନେ ସାମିଲ ହୋଇଥିଲେ । ଆସନ୍ତା ୨୦୨୪ ଲୋକସଭା ନିର୍ବାଚନରେ ବିଜେପି କ୍ଷମତାରୁ ଦୂରେଇ ରଖିବା ପାଇଁ ଏହି ବୈଠକରେ ରଣନୀତି ପ୍ରସ୍ତୁତ ହୋଇଥିଲା ।

ଏହି ୧୩ ଜଣିଆ ସମନ୍ୱୟ କମିଟିରେ କଂଗ୍ରେସର କେ.ସି ଭେଣୁଗୋପାଳ, ଏନସିପିର ଶରଦ ପାୱାର, ଡିଏମକେର ଏମ.କେ ଷ୍ଟାଲିନ, ଶିବସେନା (ଉଦ୍ଧବ)ର ସଞ୍ଜୟ ରାଉତ, ଆରଜେଡିର ତେଜସ୍ୱୀ ଯାଦବ, ଟିଏମସିର ଅଭିଷେକ ବାନାର୍ଜୀ, ଆପର ରାଘବ ଚଡ୍ଡା, ସପାର ଜାଭେଦ ଖାନ, ଜେଡିୟୁର ଲଲନ ସିଂହ, ଜେଏମଏମର ହେମନ୍ତ ସୋରେନ, ସିପିଆଇର ଡି. ରାଜା, ଏନସିର ଉମର ଅବଦୁଲ୍ଲା, ପିଡିପିର ମେହବୁବା ମୁଫତୀଙ୍କୁ ସାମିଲ କରାଯାଇଛି ।

ଏହି କମିଟି ନିର୍ବାଚନ ପୂର୍ବରୁ ଜାତୀୟ ଏଜେଣ୍ଡା, ନିର୍ବାଚନ ପ୍ରଚାର ପ୍ରସଙ୍ଗ ଓ ସାଧାରଣ କାର୍ଯ୍ୟକ୍ରମ ଉପରେ ନିଷ୍ପତ୍ତି ଗ୍ରହଣ କରାଯିବ । ହେଲେ ବର୍ତ୍ତମାନ ସୁଦ୍ଧା ସଂଯୋଜକଙ୍କ ନାମ ଘୋଷଣା କରାଯାଇନାହିଁ । ଏହି କମିଟି ଗଠନ କରାଯିବା ପୂର୍ବରୁ ଗତ କାଲି ସକାଳେ ମହାମେଣ୍ଟର ଲୋଗୋ ଉନ୍ମୋଚନକୁ ସ୍ଥଗିତ ରଖାଯାଇଥିଲା । ପରବର୍ତ୍ତୀ ମୁହୂର୍ତ୍ତରେ କିଛି ନେତା ଲୋଗୋର ଡିଜାଇନ ପରିବର୍ତ୍ତନ ନେଇ ପରାମର୍ଶ ଦେଇଥିଲେ । ଆଉ ଏହି ବୈଠକରେ ସାମିଲ ହୋଇଥିବା ନେତାମାନେ ମୋଦୀ ସରକାରଙ୍କ ଉପରେ ବର୍ଷିଥିଲେ ।

Show More

Related Articles

Back to top button