Breaking PLUSଆଇନ କାନୁନଦେଶମୁଖ୍ୟ ଖବର

ପ୍ରଥମ ବିବାହ ବୈଧ ଥାଇ ଦ୍ୱିତୀୟ ବିବାହ କରିବା ବଳାତ୍କାର ସହ ସମାନ। ଏନେଇ ହାଇକୋର୍ଟର ରାୟ

ମୁମ୍ବାଇ ହାଇକୋର୍ଟ ଦ୍ୱିତୀୟ ବିବାହ ସହ ଜଡିତ ଏକ ମାମଲାରେ ଟିପ୍ପଣୀ ଦେଇଛନ୍ତି।ଟିପ୍ପଣୀ ଅନୁଯାଇ ପ୍ରଥମ ବିବାହ ଅସ୍ତିତ୍ୱରେ ଥାଇ ଦ୍ୱିତୀୟ ବିବାହ କରିବା ହେଉଛି ବଳାତ୍କାର । ଆଉ ଏହି କ୍ଷେତ୍ରରେ ଅଭିଯୁକ୍ତକୁ ଏହା ସହ ଜଡିତ ଧାରାରେ ଦଣ୍ଡ ହୋଇପାରେ । ପ୍ରଥମ ବିବାହ ବୈଧ ଥାଇ ଦ୍ୱିତୀୟ ବିବାହ କରିଥିବା ଜଣେ ବ୍ୟକ୍ତିଙ୍କ ବିରୁଦ୍ଧରେ ଦାଖଲ ହୋଇଥିବା ଏଫଆଇଆରକୁ ରଦ୍ଦ କରିବାକୁ ମନା କରି ହାଇକୋର୍ଟ କହିଛନ୍ତି ଏହି ମାମଲା କେବଳ ଦ୍ୱିବିବାହ ଶ୍ରେଣୀରେ ଆସୁନାହିଁ ବରଂ ଅଭିଯୁକ୍ତର ଆଚରଣ ବଳାତ୍କାର ଅପରାଧ ତାଲିକାରେ ଆସୁଛି ।

ବିଚାରପତି ନିତିନ ସାମ୍ବ୍ରେ ଓ ରାଜେଶ ପାଟିଲ ଗତ ୨୪ ଅଗଷ୍ଟରେ ସେହି ବ୍ୟକ୍ତିଙ୍କ ଯାଚିକା ଖାରଜ କରି ଦେଇଥିଲେ । ଯାହାଙ୍କ ଉପରେ ପୁଣେ ପୋଲିସ ଆଇପିସି ଧାରା ୩୭୬(ବଳାତ୍କାର) ଓ ୪୯୪(ଦ୍ୱିବିବାହ) ଆଧାରରେ ମାମଲା ରୁଜୁ କରାଯାଇଥିଲା । ଏଫଆଇଆରରେ କୁହାଯାଇଥିଲା କି ୨୦୦୬ରେ ପୀଡିତା ମହିଳାଙ୍କ ସ୍ୱାମୀଙ୍କ ମୃତ୍ୟୁ ହେବା ପରେ ଅଭିଯୁକ୍ତ ନୈତିକ ସମର୍ଥନ ଦେବା ପାଇଁ ତାଙ୍କର ନିକଟତର ହୋଇଥିଲେ। ପରବର୍ତ୍ତୀ ସମୟରେ ମିଛ କଥା କହି ତାଙ୍କୁ ବିବାହ କରିଥିଲେ । ଅଭିଯୁକ୍ତ ପୀଡିତାଙ୍କୁ କହିଥିଲେ କି ପ୍ରଥମ ପତ୍ନୀ ସହ ତାଙ୍କର ପଡୁନାହିଁ ଓ ତାଙ୍କ ସହ ବିବାହ ବିଚ୍ଛେଦ ହୋଇଯାଇଛି । ୨୦୧୪ରେ ଏମାନେ ବିବାହ କରିଥିଲେ କିନ୍ତୁ ୨୦୧୬ ପର୍ଯ୍ୟନ୍ତ ଏମାନେ ଏକତ୍ର ରହିବା ପରେ ଅଭିଯୁକ୍ତ ପୀଡିତାଙ୍କୁ ଛାଡି ଦେଇ ପ୍ରଥମ ପତ୍ନୀଙ୍କ ପାଖକୁ ଚାଲି ଯାଇଥିଲେ । ପଚରାଉଚୁରା କରିବା ପରେ ପୀଡିତା ଜାଣିପାରିଥିଲେ ଯେ, ଅଭିଯୁକ୍ତ ତାଙ୍କୁ ମିଛ କହି ତାଙ୍କ ସହ ଶାରୀରିକ ସମ୍ବନ୍ଧ ରଖିବାକୁ ଚେଷ୍ଟା କରିଛି ।

ଏହି ମାମଲାରେ ହାଇକୋର୍ଟରେ ପୀଡିତା ଏକ ଏଫଆଇଆର ରୁଜୁ କରିଥିଲେ । ବିଚାରପତି କହିଛନ୍ତି ଅଭିଯୁକ୍ତ ଦ୍ୱିତୀୟ ବିବାହ ସ୍ୱୀକାର କରିଥିବା ବେଳେ ତାଙ୍କର ପ୍ରଥମ ବିବାହ ବୈଧ ରହିଛି । ପ୍ରଥମ ବିବାହ ବୈଧ ଥିବା ବେଳେ ଦ୍ୱିତୀୟ ମହିଳାଙ୍କ ସହ ବିବାହ କରିବା ଓ ଶାରୀରିକ ସମ୍ବନ୍ଧ ରଖିବା ଧାରା ୩୭୯ (ବଳାତ୍କାର) ଶ୍ରେଣୀରେ ଆସୁଛି ବୋଲି ବିଚାରପତି କହିବା ସହ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦାଖଲ ଏଫଆଇଆର୍ ରଦ୍ଦ ନେଇ ତାଙ୍କ ଓକିଲ ପକ୍ଷରୁ ଯେଉଁ ଦାବୀ ଉପସ୍ଥାପନ କରାଯାଇଥିଲା ତାହାକୁ ରଦ୍ଦ କରି ଦେଇଛନ୍ତି ।

Show More

Related Articles

Back to top button