Breaking PLUSଓଡ଼ିଶାମୁଖ୍ୟ ଖବର

ସ୍କୁଲରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ପାଚିକା

() ସ୍କୁଲରେ ଅଗ୍ନିକାଣ୍ଡ । ଅଳ୍ପକେ ବର୍ତ୍ତିଲେ ପାଚିକା । ପୁରୀ ଚାରିଛକ ଥାନା ଛଣିଜଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ରୋଷେଇ ବେଳେ ସ୍କୁଲରେ ଅଗ୍ନିକାଣ୍ଡ ଘଟିଛି । ଛାତ୍ରଛାତ୍ରୀଙ୍କୁ ସ୍କୁଲ ଘରୁ ଖାଲି କରାଯାଇଥିବା ବେଳେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁ ଲିଭା ଯାଇଛି ।

ସୂଚନା ଯୋଗ୍ୟ ଆଜି ମଧ୍ୟାହ୍ନ ଭୋଜନ ସମୟରେ ନିଆଁ ଲାଗିଯାଇଥିଲା । ରୋଷେଇ ଘରେ ଥିବା ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗିଯାଇଥିଲା । ଏହାପରେ ଭୟଙ୍କର ହୋଇ ହୁତୁ ହୁତୁ ହୋଇ ଜଳି ଉଠିଥିଲା । ତେବେ ପ୍ରଧାନଶିକ୍ଷକ ଓ ଗ୍ରାମବାସୀମାନେ ପିଲାମାନଙ୍କୁ ବାହାରକୁ ସୁରକ୍ଷିତ ଭାବେଆଣିଥିଲେ ।

ଚାରିଛକ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ନିଆଁକୁ ଆୟତ୍ତ କରାଯାଇଥିବା ସୂଚନା ମିଳିଛି

Show More

Related Articles

Back to top button