Breaking PLUSଅପରାଧଓଡ଼ିଶା

ଅବସରପ୍ରାପ୍ତ ଯବାନ ଖଣ୍ଡା ଓ ମାର୍ତୁଲ ଧରି ଆତଙ୍କ ଖେଳାଇଲେ।

ଅବସରପ୍ରାପ୍ତ କରିଥିବା ଜଣେ ଯବାନ ଘଟାଇଛନ୍ତି ଏକ ଉନ୍ମତ୍ତକାଣ୍ଡ। ହାତରେ ଖଣ୍ଡା ଓ ମାର୍ତୁଲ ଧରି ମାର୍କେଟରେ ଆତଙ୍କ ଖେଳାଇଥିଲେ। ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ବାଙ୍କୀ କଲେଜ ରୋଡରେ। ଆଉ ସେହି ଅବସରପ୍ରାପ୍ତ ଯବାନ ଜଣଙ୍କ ନାଁ ହେଲା ସରୋଜ ଦାସ ।

ସରୋଜ ବାଙ୍କୀ କଲେଜ ରୋଡ ଉପରକୁ ଆସି ଖଣ୍ଡା ଓ ମାର୍ତୁଲ ଧରି ମାର୍କେଟରେ ଆତଙ୍କ ଖେଳାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ରୋକିବାକୁ ଚେଷ୍ଟା କରିଥିଲେ ମଧ୍ୟ ସରୋଜ ସେମାନଙ୍କୁ ଖଣ୍ଡାରେ ହାଣିବାକୁ ଗୋଡ଼ାଇଥିଲେ। ଏନେଇ ଲୋକେ ପୁଲିସକୁ ଖବର ଦେବାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସରୋଜଙ୍କୁ କାବୁ କରିବା ପାଇଁ ଚେଷ୍ଟା କରିଥିଲେ। ହେଲେ ଦୁବୃତ୍ତ ପୁଲିସକୁ ମଧ୍ୟ ଛାଡ଼ି ନଥିଲା। ପୁଲିସକୁ ହାଣିବା ପାଇଁ ଖଣ୍ଡା ବୁଲାଇଥିଲେ। ଏପରି ୩ ଘଣ୍ଟା ଧରି ଯବାନ ଜଣଙ୍କ ପୁଲିସକୁ ନାକେଦମ କରିଥିଲେ। ଏହା ପରେ ଅବସର ଯବାନ ଜଣଙ୍କ କୁଆଡେ ପଳାଇ ଯାଇଥିଲେ।

Show More

Related Articles

Back to top button