Breaking PLUSମନୋରଞନମୁଖ୍ୟ ଖବରସେଲିବ୍ରିଟି

ଫିଲ୍ମ ଜବାନ୍ କୁ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ବଢିବାକୁ ଲାଗିଛି କ୍ରେଜ୍

ରିଲିଜ୍ ହେବାକୁ ଯାଉଛି ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନ ଙ୍କ ଚଳଚ୍ଚିତ୍ର ଜବାନ। ଏହି ଫିଲ୍ମ ସେପ୍ଟେମ୍ବର 7 ରେ ହିନ୍ଦୀ,ତାମିଲ ଏବଂ ତେଲୁଗୁ ଭାଷାରେ ମୁକ୍ତି ଲାଭ କରିବ । ଅଗଷ୍ଟ 30ରେ ଫିଲ୍ମ ର ଟ୍ରେଲର ଲଞ୍ଚ କରାଯାଇଥିଲା ଏବଂ ଏବେ ଫିଲ୍ମ ର ଆଡଭାନ୍ସ ବୁକିଙ୍ଗ ଆରମ୍ଭ ହୋଇସାରିଛି । ଯାହାକୁ ଦେଖିବା ପାଇଁ  ପ୍ରଶଂସକ ମାନେ ବେଶ୍ ଉତ୍ସାହ ଥିବାର ଜଣାପଡ଼ିଛି । ଆଡଭାନ୍ସ ଵୁକିଂ ର ପ୍ରଥମ ଦିନ ରେ ଫିଲ୍ମ ର 2 ଲକ୍ଷ୍ୟ ରୁ ଅଧିକ ଟିକେଟ ବିକ୍ରି ହୋଇସାରିଛି । କୁହାଯାଉଛି କି ଧୀରେ ଧୀରେ ଟିକେଟ ଵୁକିଙ୍ଗ ବୃଦ୍ଧି ପାଇବ ଏବଂ ଫିଲ୍ମଟି ମଧ୍ୟ ବକ୍ସ ଅଫିସ ରେ ଭଲ ରୋଜଗାର କରିବ ।


ଆଡଭାନ୍ସ ବୁକୀଙ୍ଗ ର ପ୍ରଥମ ଦିନ ରେ 2 ଲକ୍ଷ୍ୟ 454 ବିକ୍ରି ହୋଇଛି । ଟିକେଟ ସଂଖ୍ୟା ଅନୁଯାୟୀ 6.84 କୋଟି ଟଙ୍କା ସଂଗ୍ରହ କରିଛି ଜବାନ ଫିଲ୍ମ । ଏଭଳି ପରିସ୍ଥିତିରେ ଚଳଚ୍ଚିତ୍ର ନିର୍ମାତା ଙ୍କ ଆଶା ଆହୁରି ବୃଦ୍ଧି ପାଇଛି ।
ଵୁକୀଙ୍ଗ ର ପ୍ରଥମ ଦିନ ରେ ଫିଲ୍ମ ହିନ୍ଦୀ ଭାଷାରେ 1,85,805 ଟିକେଟ ବିକ୍ରି ହୋଇଥିବା ବେଳେ ତାମିଲ ରେ 3,365 ଟିକେଟ ଓ ତେଲୁଗୁ ଭାଷା ରେ 1097 ଟି ଟିକେଟ ବିକ୍ରି ହୋଇଛି ।
ଶୁଣାଯାଉଛି ଯେ ଶାହାରୁଖ ଖାନ ଙ୍କ ଜବାନ ଚଳଚ୍ଚିତ୍ର ତାଙ୍କ ଚଳଚ୍ଚିତ୍ର ପଠାନ ର ଭଲ ରେକର୍ଡ କରିବ ବୋଲି ।

Show More

Related Articles

Back to top button