Breaking PLUSଦେଶମୁଖ୍ୟ ଖବର

ନାରାୟଣପୁରରେ 4ଟି ଟ୍ରକ ଜାଳିଦେଲେ ନକ୍ସଲ

ନାରାୟଣପୁର/ରାୟପୁର, 31 ମାର୍ଚ୍ଚ – ଛତିଶଗଡର ନକ୍ସଲ ପ୍ରଭାବିତ ନାରାୟଣପୁର ଜିଲ୍ଲାର ଛୋଟେଡୋଂଗର ଥାନା ଅନ୍ତର୍ଗତ ଆତ୍ମାନନ୍ଦ ହାଇସ୍କୁଲ ନିକଟରେ ନକ୍ସଲମାନେ ଥାନା ପରିସରଠାରୁ ପ୍ରାୟ 5ଶହ ମିଟର ଦୂରରେ ଠିଆ ହୋଇଥିବା 4ଟି ଟ୍ରକକୁ ଜାଳିଦେଇଛନ୍ତି । ଶନିବାର ବିଳମ୍ବିତ ରାତିରେ ସାଦା ବେଶପୋଷାକରେ ନକ୍ସଲମାନେ ପଂହଚି ଏହି କାଣ୍ଡ ଭିଆଇଛନ୍ତି । ଏହାପରେ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳିଯାଇଛି ।
ନାରାୟଣପୁରର ଅତିରିକ୍ତ ପୋଲିସ ଅଧୀକ୍ଷକ ଘଟଣା ସଂପର୍କରେ ସୂଚନା ଦେଇ କହିଛନ୍ତି ଯେ, ନାରାୟଣପୁର ଓରଛା ରାସ୍ତାର ଛୋଟେଡୋଂଗର ମଝିରେ ଆତ୍ମାନନ୍ଦ ସ୍କୁଲ ନିକଟରେ ନକ୍ସଲମାନେ ଗତ ରାତିରେ 4ଟି ପରିବହନ ଟ୍ରକ ଜାଳି ଦେଇଛନ୍ତି । ଘଟଣା ସମୟରେ ଟ୍ରକ ଡ୍ରାଇଭର ଓ ହେଲପରଙ୍କୁ ନକ୍ସଲମାନେ ନିଜ ସାଥୀରେ ନେଇଯାଇଥିଲେ । କିଛି ସମୟରେ ସେମାନଙ୍କୁ ଛାଡିଦେଇଥିବା ସୂଚନା ମିଳିଛି । ନିଆଁ ଲାଗିବା କ୍ଷଣ ଯବାମମାନେ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଂଚିଥିଲେ ।ମାତ୍ର ନକ୍ସଲମାନେ ସେଠାରେ ପଳାଇଥିଲେ ।

Show More

Related Articles

Back to top button