Breaking PLUSମୁଖ୍ୟ ଖବରରାଜନୀତି

ମହାରାଲିରେ କେଜରିୱାଲଙ୍କ ବାର୍ତ୍ତା ପଢିଲେ ପତ୍ନୀ, ଦେଶକୁ ଦେଲେ 6 ଗ୍ୟାରେଂଟି

ନୂଆଦିଲ୍ଲୀ- ଅରବିନ୍ଦ କେଜରିୱାଲଙ୍କ ପତ୍ନୀ ସୁନୀତି କେଜରିୱାଲ ରବିବାର ବିରୋଧୀ ଇଣ୍ଡି ମେଂଟର ମଂଚରେ ଜେଲରେ ବନ୍ଦ ଅରବିନ୍ଦ କେଜରିୱାଲଙ୍କ ବାର୍ତ୍ତା ପଢିଥିଲେ । ଏଥିରେ ଇଣ୍ଡି ମେଂଟ ପକ୍ଷରୁ ଦେଶକୁ ଛଅଟି ଗ୍ୟାରେଂଟି ଦିଆଯାଇଛି । ଏଥିରେ 24ଘଂଟା ବିଜୁଳି, ଗରିବଙ୍କୁ ମାଗଣା ବିଜୁଳି, ମୋହଲା କିଳିନିକ, ମାଗଣା ଓ ସମାନ ଶିକ୍ଷା, ଚାଷୀଙ୍କୁ ଏମଏସପି, ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ପରି ଗ୍ୟାରେଂଟି ସାମିଲ ରହିଛି । ମେଂଟକୁ ବିନା ପଚାରି କେଜରିୱାଲଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଥିବା କ୍ଷମା ମଗାଯାଇଛି ।
ରାମଲୀଳା ମୈଦାନରେ ଇଣ୍ଡିଆ ମେଂଟର ମହାରାଲିରେ କଂଗ୍ରେସ ଅଧ୍ୟକ୍ଷ ମଲିକାର୍ଜୁନ ଖଡଗେ, କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧିଙ୍କ ବ୍ୟତୀତ ଶିବସେନା (ୟୁବିଟି)ର ନେତା ଉଦ୍ଧବ ଠାକରେ, ରାଷ୍ଟ୍ରବାଦୀ କଂଗ୍ରେସ ନେତା ଶରଦ ପାୱାର, ତେଜସ୍ୱୀ ଯାଦବ, ଅଖିଳେଶ ଯାଦବଙ୍କ ସହିତ ଅନେକ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଏହି ମଂଚରେ ଉପସ୍ଥିତ ଅଛନ୍ତି । ଏହି ରାଲିକୁ ଏକଛତ୍ରବାଦୀ ଶାସନ ହଟାନ୍ତୁ, ଗଣତନ୍ତ୍ରକୁ ବଞ୍ଚାନ୍ତୁ ନାମ ଦିଆଯାଇଛି ।

Show More

Related Articles

Back to top button