Breaking PLUSଦେଶମୁଖ୍ୟ ଖବର

ଦଳର ନେତାଙ୍କୁ ମମତାଙ୍କ ନିର୍ଦ୍ଦେଶ-ଇଡି, ସିବିଆଇ ଡାକିଲେ ଯାଆନ୍ତୁନି, କୁହନ୍ତୁ ପ୍ରଚାରରେ ବ୍ୟସ୍ତ ଅଛୁ

କୋଲକାତା-ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରବିବାର ଲୋକସଭା ନିର୍ବାଚନ ପ୍ରଚାରର ଆରମ୍ଭ କରିଛନ୍ତି ।
କୃଷ୍ଣାନଗରରେ ତୃଣମୂଳ କଂଗ୍ରେସର ପ୍ରାର୍ଥୀ ତଥା ଲାଂଚ ନେଇ ସଂସଦରେ ପ୍ରଶ୍ନ ପଚାରିବା କାରଣରୁ ବରଖାସ୍ତ ହୋଇଥିବା ନେତା ମହୁଆ ମିତ୍ରଙ୍କ ପାଇଁ ମମତା ବାନାର୍ଜୀ ଧୁବୁଲିଆରେ ସଭା କରିଛନ୍ତି । ଏଠାରୁ ମମତା କହିଛନ୍ତି, ଯଦି ଇଡି କିମ୍ବା ସିବିଆଇ ଡାକେ, ତେବେ ଏବେ ଯିବାର ଆବଶ୍ୟକତା ନାହିଁ । ଭୋଟ ଶେଷ ହେବା ପରେ ଯାଆନ୍ତୁ । ମମତା ଏଠାରେ ପ୍ରାୟ 45ମିନିଟ ଧରି ଭାଷଣ ଦେଇଥିଲେ । ସେ କହିଛନ୍ତି ଏତେ ଡରିବାର ଆବଶ୍ୟକତା ନାହିଁ । ଯଦି ଇଡି କିମ୍ବା ସିବିଆଇ କାହାକୁ ଚିଠି କରୁଛନ୍ତି, ତେବେ ଜବାବ ଦିଅନ୍ତୁ ଏବେ ମୁଁ ଭୋଟିଂରେ ବ୍ୟସ୍ତ ଅଛି । ମତଦାନ ପରେ ଦେଖିବା ।

Show More

Related Articles

Back to top button