Breaking PLUSଦେଶମୁଖ୍ୟ ଖବରରାଜନୀତି

କଚାଥିବୁ ନେଇ ପ୍ରଧାନମନ୍ତ୍ରୀଙ୍କ ବୟାନ ଉପରେ ଖଡଗେଙ୍କ ପାଲଟା ଜବାବ, କହିଲେ- ଆତ୍ମବଲୋକନ କରନ୍ତୁ

ନୂଆଦିଲ୍ଲୀ- କଂଗ୍ରେସ ଅଧ୍ୟକ୍ଷ ମଲିକାର୍ଜୁନ ଖଡଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଚାଥିଭୁ ଦ୍ୱୀପ ସଂପର୍କରେ ଦେଇଥିବା ବୟାନ ପରେ, ନିଜ ପାର୍ଟିର କାର୍ଯ୍ୟକୁ ନେଇ ଆତ୍ମବଲୋକନ କରିବାକୁ ପରାମର୍ଶ ଦେଇଛନ୍ତି । ଖଡଗେ କହିଛନ୍ତି ଯେ, କଂଗ୍ରେସ ପ୍ରତି ଦୁରାଗ୍ରହ ଛାଡି ନିଜର ଭୁଲ କାର୍ଯ୍ୟ ଉପରେ ବିଚାର କରିବା ଆବଶ୍ୟକ ରହିଛି, ଯାହାର ପରିଣାମ ଦେଶକୁ ଭୋଗିବାକୁ ପଡୁଛି ।
ପ୍ରଧାନମନ୍ତ୍ରୀ ରବିବାର ଦିନ ଇନ୍ଦିରା ଗାନ୍ଧି ସରକାରଙ୍କ ଦ୍ୱାରା କଚାଥିବୁ ଦ୍ୱୀପ ଶ୍ରୀଲଙ୍କାକୁ ଦିଆଯାଇଥିବା ପ୍ରସଙ୍ଗ ଉଠାଇଛନ୍ତି । ସେ କଂଗ୍ରେସ ଉପରେ ନିଶାନା ସାଧି କହିଛନ୍ତି ଯେ, ଦଳ ଭରସାଯୋଗ୍ୟ ନୁହେଁ । ଏହାର ଜବାବରେ ଖଡଗେ ଏକ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି ଯେ, ନିର୍ବାଚନ ବେଳେ ଏଭଳି ଅଭିଯୋଗ ହତାଶାକୁ ଦେଖାଇଥାଏ ।

Show More

Related Articles

Back to top button