Breaking PLUSଓଡ଼ିଶାମୁଖ୍ୟ ଖବର

2ଦିନ ଆଶ୍ୱସ୍ତି, 2ଦିନ ପରେ 4ଡିଗ୍ରୀ ବଢିବ ତାତି

ଭୁବନେଶ୍ୱର, 31 ମାର୍ଚ୍ଚ – ଦୁଇଦିନ ତାତିରୁ ଆଶ୍ୱସ୍ତି । ଆଗାମୀ ୨୪ ଘଣ୍ଟାରେ ରାଜ୍ୟରେ ଅନେକ ସ୍ଥାନରେ ୨ ରୁ ୪ ଡ଼ିଗ୍ରୀ ଯାଏଁ ଦିନ ତାପମାତ୍ରାରେ ହ୍ରାସ ସମ୍ଭାବନା ରହିଛି । ପରବର୍ତୀ ୨ଦିନ ମଧ୍ୟରେ ପୁଣି ୩ ରୁ ୪ ଡ଼ିଗ୍ରୀ ଯାଏଁ ତାପମାତ୍ରାରେ ବୃଦ୍ଧି ସମ୍ଭାବନା ରହିଛି । ଆଗାମୀ ୩ ଘଣ୍ଟା ପାଇଁ ୧୧ ଜିଲ୍ଲାକୁ ସତର୍କତା ଜାରି ହୋଇଛି । ଘଡ଼ଘଡ଼ି ବିଜୁଳି ସହ ବର୍ଷା ପାଇଁ ସତର୍କତା ଜାରି କରାଯାଇଛି । ୧୧ ଜିଲ୍ଲା ବଲାଙ୍ଗିର, କନ୍ଧମାଳ, ବୌଦ୍ଧ, କେନ୍ଦୁଝର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ବାଲେଶ୍ବର, ଯାଜପୁର, ଖୋର୍ଦ୍ଧା, କଟକ ଓ ପୁରୀ ପାଇଁ ସତର୍କତା ଜାରି ହୋଇଛି ।

Show More

Related Articles

Back to top button