Breaking PLUSଓଡ଼ିଶାମୁଖ୍ୟ ଖବର

ଆଜିଠୁ ୫ଦିନ ବନ୍ଦ ରହିବ ନନ୍ଦନକାନନ

ଆଜିଠୁ ବନ୍ଦ ରହିବ ନନ୍ଦନକାନନ । ଓମିକ୍ରନ ସଂକ୍ରମଣକୁ ଦୃଷ୍ଟିରେ ରଖି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯାଇଛି । ଏପର୍ଯ୍ୟନ୍ତ ରାଜ୍ୟରେ ଓମିକ୍ରନର ୯ଟି ମାମଲା ଚିହ୍ନଟ ହୋଇସାରିଛି । ୩ତାରିଖ ଯାଏଁ ୫ଦିନ ବନ୍ଦ ରହିବ ନନ୍ଦନକାନନ । ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ପର୍ଯ୍ୟଟକଙ୍କ ଲାଗି ବନ୍ଦ ରଖିବାକୁ ନିଷ୍ପତି ହୋଇଛି । ଏନେଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

ନୂଆବର୍ଷ ଆସିଲେ ନନ୍ଦନକାନନରେ ପ୍ରତିବର୍ଷ ଭିଡ଼ ଜମିଥାଏ । ଭିଡ଼ ଜମିଲେ ସଂକ୍ରମଣ ବ୍ୟାପିବାର ସମ୍ଭାବନା ରହିଛି । ଏଭଳି ସ୍ଥିତିରେ ସଂକ୍ରମଣକୁ ରୋକାଯିବା ନେଇ ଆଗୁଆ ପଦକ୍ଷେପ ନିଆଯାଇଛି । ଭୋଜି ପାଇଁ ବଟାନିକାଲ ଗାର୍ଡ଼େନରେ ମଧ୍ୟ ଲୋକଙ୍କ ଭିଡ଼ ଜମିଥାଏ । ଏହାକୁ ଦୃଷ୍ଟିରେ ରଖି ବଟାନିକାଲ ଗାର୍ଡ଼େନକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖିବାକୁ ନିଷ୍ପତି ହୋଇଛି ।

Show More

Related Articles

Back to top button