ଓଡ଼ିଶାପାଣିପାଗମୁଖ୍ୟ ଖବର

ଆଜିଠୁ ରାଜ୍ୟର ୮ ଜିଲ୍ଲାରେ ପ୍ରବଳ ବର୍ଷା ସହ କୁଆପଥର ମାଡ଼ ସମ୍ଭାବନା

ୟେଲୋ ୱାର୍ଣ୍ଣିଂ ଜାରି

ଆଜିଠୁ ରାଜ୍ୟର ୮ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା । ବର୍ଷା ସହ ମଧ୍ୟ କୁଆ ପଥର ମାଡ଼ ଆଶଙ୍କା ରହିଛି । ବିଶେଷ କରି ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼ ଜିଲ୍ଲାରେ ବର୍ଷା ହୋଇପାରେ । ଏହାସହ ଅପରାହ୍ନରେ ଅନୁଗୋଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ବର୍ଷା ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲାକୁ ୱେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ସେହିପରି ୩୦ ତାରିଖରୁ ମଧ୍ୟ କେତେକ ଜିଲ୍ଲାରେ ତୁଷାରପାତ ସହ ଜାନୁଆରୀ ୧ ରୁ ୨୦ ଜିଲ୍ଲାରେ ଘନ କୁହୁଡ଼ି ଦେଖାଯିବ । ଏନେଇ ସତର୍କ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେହିପରି ଚାଷୀମାନେ ସେମାନଙ୍କ ଧାନ ଓ ଅନ୍ୟ ସାମଗ୍ରୀ ଘୋଡ଼ାଇ ରଖିବାକୁ ଏସ୍.ଆର.ସି.ଙ୍କ କାର୍ଯ୍ୟାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି ।

Show More

Related Articles

Back to top button