Breaking PLUSଓଡ଼ିଶାଦେଶ ବିଦେଶମୁଖ୍ୟ ଖବର

ଦେଶର ୨୫ କୋଟିରୁ ଅଧିକ ଲୋକ ନେଲେଣି ଟିକା

ଦେଶବ୍ୟାପୀ ଚାଲିଥିବା କୋଭିଡ ଟିକାକରଣ କାର୍ଯ୍ୟକ୍ରମରେ ଭାରତ ୨୫ କୋଟିରୁ ଅଧିକ ଟିକାକରଣ କରି ଆଉ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଦେଶରେ ଏପର୍ଯ୍ୟନ୍ତ ୨୫ କୋଟି ୩୧ ଲକ୍ଷ ୯୫ ହଜାର ୪୮ଜଣଙ୍କୁ ଟିକାଦାନ କରାଯାଇଛି।

ଦେଶବ୍ୟାପୀ ଚାଲିଥିବା କୋଭିଡ ଟିକାକରଣ କାର୍ଯ୍ୟକ୍ରମରେ ଭାରତ ୨୫ କୋଟିରୁ ଅଧିକ ଟିକାକରଣ କରି ଆଉ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଦେଶରେ ଏପର୍ଯ୍ୟନ୍ତ ୨୫ କୋଟି ୩୧ ଲକ୍ଷ ୯୫ ହଜାର ୪୮ଜଣଙ୍କୁ ଟିକାଦାନ କରାଯାଇଛି।

ଏଥିସହ ଭାରତ ୨୦ କୋଟି ପ୍ରଥମ ପାନ ଟିକାକରଣ କରିବାର ଐତିହାସିକ ମାଇଲଖୁଣ୍ଟ ମଧ୍ୟ ଅତିକ୍ରମ କରିଛି। ଦେଶରେ ମୋଟ ୨୦ କୋଟି ୪୬ ଲକ୍ଷ ୧ହଜାର ୧୭୬ ଜଣଙ୍କୁ ପ୍ରଥମ ପାନ ଏବଂ ୪ କୋଟି ୮୨ ଲକ୍ଷ ୭୭ ହଜାର ୫୨୬ ଜଣଙ୍କୁ ଦ୍ୱିତୀୟ ପାନ ଟିକା ଦିଆଯାଇ ସାରିଲାଣି।

ଗତକାଲି ଗୋଟିଏ ଦିନରେ ହିତାଧିକାରୀମାନଙ୍କୁ ୩୪ ଲକ୍ଷରୁ ଅଧିକ ପାନ ଟିକା ଦିଆଯାଇଛି। ସେମାନଙ୍କ ମଧ୍ୟରୁ ୧୮ରୁ ୪୪ ବର୍ଷ ଆୟୁ ବର୍ଗର ୧୮ ଲକ୍ଷ ୪୫ ହଜାର ୨୦୧ ଜଣ ହିତାଧିକାରୀ ପ୍ରଥମ ପାନ ଟିକା ନେଇ ଥିବା ବେଳେ ସେହି ବର୍ଗର ଏକ ଲକ୍ଷ ୧୨ ହଜାର ୬୩୩ ଜଣ ଦ୍ୱିତୀୟ ପାନ ଟିକା ନେଇଛନ୍ତି। ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବା ଦିନଠାରୁ ୩୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୪ କୋଟି ୩୧ ହଜାର ୬୪୬ ଜଣ ପ୍ରଥମ ପାନ ଓ ୬ଲକ୍ଷ ୭୪ ହଜାର ୪୯୯ଜଣ ହିତାଧିକାରୀଙ୍କୁ ଦ୍ୱିତୀୟ ପାନ ଟିକା ପ୍ରଦାନ କରାଯାଇଛି।
ବିହାର, ଦିଲ୍ଲୀ, ହରିଆଣା, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ତାମିଲନାଡୁ, ତେଲଙ୍ଗାନା, ଓଡ଼ିଶା, ଉତର ପ୍ରଦେଶ ଓ ପଶ୍ଚିମବଙ୍ଗରେ ୧୮ରୁ ୪୪ ବର୍ଷ ଆୟୁ ବର୍ଗରୁ ୧୦ ଲକ୍ଷରୁ ଅଧିକ ହିତାଧିକାରୀ ପ୍ରଥମ ପାନ କୋଭିଡ ପ୍ରତିଷେଧକ ଟିକା ନେଇସାରିଛନ୍ତି।

Show More

Related Articles

Back to top button