ଓଡ଼ିଶାକଳା ସଂସ୍କୃତି ଓ ସାହିତ୍ୟପୂଜା ପାର୍ବଣସ୍ୱାସ୍ଥ୍ୟ

ଦଶମୂଳ ଲାଗି ପରେ ସୁସ୍ଥ ହେଲେ ମହାପ୍ରଭୁ

ପୁରୀ: ଦଶମୂଳ ଔଷଧ ଲାଗି ପରେ ସମ୍ପୂର୍ଣ୍ଣ ସୁସ୍ଥ ହେଲେ ମହାପ୍ରଭୁ । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରି ଜ୍ୱରରେ ପୀଡ଼ିତ ଥିବା ମହାପ୍ରଭୁ ଦଶମୀରେ ଚକାବିଜେ ଅନୁଷ୍ଠିତ ହୋଇଥିବାବେଳେ ରାଜବୈଦ୍ୟଙ୍କ ପ୍ରସ୍ତୁତ ଦଶମୂଳ ଔଷଧ ସେବନ କରି ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି । ଏହି ସୁସ୍ଥ ହେବାର ସମାଚାର ନେଇ ଆଜି ଦଇତାପତି ସେବକମାନେ ଶ୍ରୀନଅରକୁ ଯାଇ ଗଜପତିଙ୍କୁ ଅବଗତ କରାଇବେ ।

ପରମ୍ପରା ଅନୁସାରେ ମହାପ୍ରଭୁଙ୍କ ଅନବନର ସମୟରେ ଶ୍ରୀଅଙ୍ଗରୁ ବାହାରିଥିବା ବିବିଧ ସାମଗ୍ରୀକୁ ପ୍ରସାଦ ରୂପରେ ରାଜନଅରକୁ ବିଜେ କରାଯିବ । ଏହି ବିଜେ ନୀତିକୁ ରାଜପ୍ରସାଦ ବିଜେ କୁହାଯାଏ । ସକାଳ ଧୂପ ଭୋଗ ମଣ୍ଡପ ପରେ ଏହି ବିଶେଷ ନୀତି ଅନୁଷ୍ଠିତ ହେବ ।

Show More

Related Articles

Back to top button