Breaking PLUSଓଡ଼ିଶାଦେଶମୁଖ୍ୟ ଖବରରାଜନୀତି

ଦ୍ରୌପଦୀଙ୍କ ସମର୍ଥନ ପାଇଁ ସୋନିଆଙ୍କୁ ଚିଠି ଲେଖିବେ ସୁରରାଉତ ରାୟ : ସୁର କହିଲେ ଓଡ଼ିଆ ଭାବେ ମୁଁ ବହୁତ ଗର୍ବିତ

ଭୁବନେଶ୍ୱର : ରାଷ୍ଟ୍ରପତି ନିର୍ବାଚନ ପାଇଁ ଏବେ ସରଗରମ ଜାତୀୟ ରାଜନୀତି । ଏନଡିଏରୁ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ମିଳିତ ବିରୋଧୀ ଦଳରୁ ପ୍ରାର୍ଥୀ ହୋଇଛନ୍ତି ଯଶୱନ୍ତ ସିହ୍ନା । ଆଉ ଏସବୁ ଭିତରେ ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀଙ୍କ ପଲ୍ଲା ଭାରି ହେଉଥିବା ବେଳେ ଗୋଟିଏ ପରେ ଗୋଟିଏ ରାଜନୈତିକ ଦଳ ଦ୍ରୌପଦୀଙ୍କୁ ସମର୍ଥନ ପାଇଁ ଗ୍ରୀନ୍ ସିଗନାଲ ଦେଇଛନ୍ତି ।ଓଡ଼ିଶାରେ ଶାସକ ବିଜେଡି ଦ୍ରୌପଦୀଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ କରିଥିବା ବେଳେ ନାମାଙ୍କନପତ୍ର ଦାଖଲ ସମୟରେ ନବୀନ ସରକାରର ଦୁଇ ମନ୍ତ୍ରୀ ପ୍ରସ୍ତାବକ ଭାବେ ସାମିଲ ହୋଇଥିଲେ । ଅନ୍ୟପଟେ ଓଡ଼ିଶା କଂଗ୍ରେସ ଦ୍ରୌପଦୀଙ୍କୁ ସମର୍ଥନ କରିବେନି ବୋଲି ପୂର୍ବରୁ ମନା କରିଛନ୍ତି । ଆଉ ଏସବୁ ଭିତରେ କଂଗ୍ରେସ ନେତା ସୁର ରାଉତରାୟଙ୍କ ଏକ ବଡ ବୟାନ ସାମ୍ନାକୁ ଆସିଛି । କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, ମୁଁ ସୋନିଆ ଗାନ୍ଧୀଙ୍କୁ ପ୍ରସ୍ତାବ ଦେଉଛି ଯେ ଦ୍ରୌପଦୀ ମୁର୍ମୁଙ୍କୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ କରିବା ଦିଗରେ ନିଷ୍ପତ୍ତି ନିଅନ୍ତୁ। ମୁଁ ଚିଠି ଲେଖିବି ସୋନିଆଙ୍କୁ ଯେ, ଦ୍ରୌପଦୀଙ୍କୁ ସମର୍ଥନ ଦେବା ପାଇଁ । ଭାରତ ବର୍ଷ ଜଣେ ଭଲ ମହିଳାଙ୍କୁ ପାଇବ। ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ସୁନିଶ୍ଚିତ। ସୁରରାଉତ ରାୟ କହିଲେ ଯେ, ମୁଁ ବହୁତ୍ ଖୁସି ଜଣେ ଓଡ଼ିଆ ହିସାବରେ। କିନ୍ତୁ ହାଇକମାଣ୍ଡ ଯାହା ନିର୍ଦ୍ଦେଶ ଦେବେ ଆମେ ତାକୁ ପାଳନ କରିବୁ। ବିବେକ ଅନୁଯାୟୀ ଭୋଟ ଦେବି ବୋଲି ସୁର କହିଛନ୍ତି । ଏଭଳି ସରଗରମ ରାଜନୀତି ଭିତରେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ମାଗିଛନ୍ତି ସୋନିଆ, ମମତାଙ୍କ ସମର୍ଥନ । ସେହିପରି ବିରୋଧୀ ମିଳିତ ପ୍ରାର୍ଥୀ ଯଶୱନ୍ତ ସିହ୍ନା ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷାମନ୍ତ୍ରୀଙ୍କୁ ଫୋନ୍ କରି ନିର୍ବାଚନରେ ତାଙ୍କ ସପକ୍ଷରେ ଭୋଟ୍ ଦେବାକୁ ନିବେଦନ କରିଛନ୍ତି । ଫୋନ୍ ଯୋଗେ ଉଭୟ ପ୍ରାର୍ଥୀ ଏବେ ଭୋଟ୍ ପାଇଁ ନିବେଦନ କରିଥିବା ସୂଚନା ମିଳିଛି ।

Show More

Related Articles

Back to top button