Breaking PLUSଓଡ଼ିଶାମୁଖ୍ୟ ଖବର

ହୁତୁହୁତୁ ହୋଇ ଜଳିଗଲା ତେଲ ବୋଝେଇ କଣ୍ଟେନର

ପାରାଦୀପ, 22 ନଭେମ୍ବର – ରାସ୍ତା ଉପରେ ହୁତୁହୁତୁ ହୋଇ ଜଳିଗଲା ତେଲ ବୋଝେଇ କଣ୍ଟେନର୍ ସହ ଦୁଇଟି ୧୨ଚକିଆ ଟ୍ରକ। ପାରାଦୀପ ଲକ ଥାନା ଅଧିନ ପିପିଏଲ୍ ଛକ ନିକଟରେ ଘଟିଛି ଏଭଳି ଘଟଣା । ବିଳମ୍ବିତ ରାତ୍ରିରେ କୌଣସି କାରଣବଶତଃ ପିପିଏଲ୍ ଛକ ନିକଟ ଗ୍ୟାରେଜରେ ଥିବା କଣ୍ଟେନରରେ ନିଆଁ ଲାଗି ପାଖରେ ଥିବା ଦୁଇଟି ବାର ଚକିଆ ଟ୍ରକ ମଧ୍ୟ ସମ୍ପୂର୍ଣ୍ଣ ଜଳି ଯାଇଛି। ଖବର ପାଇ କୁଜଙ୍ଗ ଅଗ୍ନିଶମ ବିଭାଗ ଓ ପାରାଦୀପ ଅଗ୍ନିଶମ ବିଭାଗର ୬ଟି ଦମକଳ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।
ସୂଚନାଯୋଗ୍ୟ, ଦୀର୍ଘଦିନ ହେବ ସେହି କଣ୍ଟେନର୍ ମଧ୍ୟରେ ଚୋରା ତେଲ ଗଚ୍ଛିତ କରି ରଖାଯାଉଥିଲା। ଏହି ଅଗ୍ନିକାଣ୍ଡ ପରେ ଚୋରା ତେଲ କାରବାର ହେଉଥିବାର ଘଟଣା ସାମ୍ନାକୁ ଆସିଛି। ଅଗ୍ନିଶମ ବିଭାଗ ଦୀର୍ଘ ୩ଘଣ୍ଟା ଧରି ଅକ୍ଳାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ କରିଛି । ଖବର ପାଇ ଲକ୍ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Show More

Related Articles

Back to top button