Breaking PLUSଦେଶମୁଖ୍ୟ ଖବର

ମାଓବାଦୀଙ୍କ ପକ୍ଷରୁ ଡିସେମ୍ବର 22ରେ ଭାରତ ବନ୍ଦ ଡାକରା

ରାଞ୍ଚି, 22 ନଭେମ୍ବର – ଭାରତ ବନ୍ଦ ଡାକରା ଦେଇଛନ୍ତି ମାଓବାଦୀ । ସେମାନଙ୍କ ବିରୁଦ୍ଧରେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ନକ୍ସଲମାନେ ଡିସେମ୍ବର 22ରେ ଭାରତ ବନ୍ଦ ଡାକରା ଦେଇଛନ୍ତି । ଭାକପା ମାଓବାଦୀଙ୍କ କେନ୍ଦ୍ରୀୟ କମିଟି ମୁଖପାତ୍ର ଅଭୟ ଚିଠି ଜାରି କରି ଭାରତ ବନ୍ଦ ଘୋଷଣା କରିଛନ୍ତି । ଏହା ମୁତାବକ ନକ୍ସଲ ସଙ୍ଗଠନ ପକ୍ଷରୁ ଡିସେମ୍ବର 16ରୁ 21 ଯାଏ ଦେଶବ୍ୟାପୀ ପ୍ରଚାର ଅଭିଯାନ ଚାଲିବ । ଏହାପରେ ଡିସେମ୍ବର 22ରେ ବନ୍ଦ କରାଯିବ ।

ନକ୍ସଲ ମୁକ୍ତ ଝାରଖଣ୍ଡ ନାମରେ କେନ୍ଦ୍ରୀୟ ବଳ ସହ ପୋଲିସ ମିଶି ଆଦିବାସୀ ବହୁଳ ଅଞ୍ଚଳରେ ଅତ୍ୟାଚାର କରୁଥିବା ଚିଠିରେ ଉଲ୍ଲେଖ ରହିଛି । 2022 ଅଗଷ୍ଟ ମାସରୁ ନିୟମିତ ଭାବେ ଲାଲଦୁର୍ଗ ଉପରେ ଆକ୍ରମଣ କରାଯାଉଛି । ଏହାଯୋଗୁ ସେମାନଙ୍କର ଅନେକ ସହଯୋଗୀଙ୍କ ମୃତ୍ୟୁ ହେଉଛି । ଯାହାକୁ ବିରୋଧ କରି ମାଓ ସଙ୍ଗଠନ ପକ୍ଷରୁ ଡିସେମ୍ବର 22ରେ ଭାରତ ବନ୍ଦ ଡାକରା ଦିଆଯାଇଛି ।

Show More

Related Articles

Back to top button