Breaking PLUSଦେଶମୁଖ୍ୟ ଖବର

ସିଲକ୍ୟାରା ରେସକ୍ୟୁ ଅପରେସନ ନେଇ ଅପଡେଟ୍ ନେଲେ ପିଏମ ମୋଦି

ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ଧାମୀଙ୍କ ସହ କଲେ ଆଲୋଚନା

ଡେରାଡୁନ, 22 ନଭେମ୍ବର – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରକାଶୀ ସିଲକ୍ୟାରେ ସୁଡଙ୍ଗରେ ଫସିରହିଥିବା 41 ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଜାରି ରହିଥିବା ରେସକ୍ୟୁ ଅପରେସନର ଲଗାତର ଅପଡେଟ ନେଉଛନ୍ତି । ବୁଧବାର ପ୍ରଧାନମନ୍ତ୍ରୀ ପଞ୍ଚମ ଥର ପାଇଁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀଙ୍କ ସହ ଫୋନ ଯୋଗେ ଆଲୋଚନା କରିଛନ୍ତ ।
ଏନେଇ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନିର୍ମାଣଧୀନ ଟନେଲରେ ଫସିରହିଥିବା ଶ୍ରମିକଙ୍କ ପାଇଁ ଭୋଜନ, ଔଷଧ ଓ ଅନ୍ୟ ଆବଶ୍ୟକ ବସ୍ତୁ ଯୋଗାଣ ଓ ଶ୍ରମିକଙ୍କୁ ସୁରକ୍ଷିତ ବାହାର କରିବା ପାଇଁ ଚାଲୁଥିବା ରେସକ୍ୟୁ ଅପରେସନ ଉପରେ ଅପଡେଟ୍ ନେଇଛନ୍ତି ପ୍ରଧାନମନ୍ତ୍ରୀ ।

Show More

Related Articles

Back to top button