Breaking PLUSଦେଶ ବିଦେଶମୁଖ୍ୟ ଖବର

ଋଷ ଆକ୍ରମଣରେ ଏବେ ପର୍ଯ୍ୟନ୍ତ 10ହଜାର ୟୁକ୍ରେନ ନାଗରିକଙ୍କ ମୃତ୍ୟୁ

ଶାନ୍ତି ବାର୍ତ୍ତାକୁ ଖାରଜ କଲେ ଜେଲେନସ୍କି

ଜେନିଭା, 22 ନଭେମ୍ବର – ଋଷ ଆକ୍ରମଣରେ ଏବେ ସୁଦ୍ଧା 10ହଜାର ୟୁକ୍ରେନ ନାଗରିକଙ୍କ ମୃତ୍ୟୁ ହୋଇଛି । ପ୍ରତିଦିନ ଆକ୍ରମଣ ସହ ବୃଦ୍ଧି ପାଇବାରେ ଲାଗିଛି ମୃତ୍ୟୁ ସଂଖ୍ୟା । ଋଷର ମିସାଇଲ୍ ଆକ୍ରମଣ ଯୋଗୁ ସୋମବାର ୟୁକ୍ରେନର ପୂର୍ବ ଡୋନେଟସ୍କ ଓ ଖାର୍କିଭ ସହରରେ 3ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 8ଜଣ ଆହତ ହୋଇଛନ୍ତି । ମିଳିତ ଜାତିସଂଘ ମାନବାଧିକାର କାର୍ଯ୍ୟାଳୟ 10ହଜାର ୟୁକ୍ରେନ ନାଗରିକଙ୍କ ମୃତ୍ୟୁକୁ ନେଇ ଚିନ୍ତା ପ୍ରକଟ କରିଛି ।
ଏଠାରେ ସୂଚନାଯୋଗ୍ୟ, 2022 ଫେବୃୟାରୀରେ ଋଷ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା । ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଏବେ 21 ମାସରେ ପ୍ରବେଶ କରିଛି ।

Show More

Related Articles

Back to top button