ଦେଶ ବିଦେଶସ୍ୱତନ୍ତ୍ର

ହାତକୁ ଦୁଇହାତ ହେଲେ ଟ୍ରମ୍ପ୍‌ଙ୍କ ଝିଅ ଟିଫାନୀ

ହାତକୁ ଦୁଇହାତ ହେଲେ ଟ୍ରମ୍ପ୍‌ଙ୍କ ଝିଅ ଟିଫାନୀ । ରବିବାର ପ୍ରେମିକ ମାଇକେଲ ବୋଲୋସଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଝିଅ ଟିଫାନୀ ।

ଟ୍ରମ୍ପଙ୍କ ଫ୍ଲୋରିଡାସ୍ଥିତ ନିବାସ ମାର୍‌-ଏ-ଲାଗୋରେ ଏହି ବିବାହ ଅନୁଷ୍ଠିତ ହୋଇଥିଲା।ମାଇକେଲଙ୍କ ସହ ବିବାହ ପୂର୍ବରୁ ଟ୍ରମ୍ପ ଝିଅ ଟିଫାନୀଙ୍କ ହାତ ଧରି ଗାଲରେ ଚୁମ୍ବନ ଦେଇ ରାସ୍ତାରେ ନେଇଥିଲେ।

ଟିଫାନୀ ଧଳା ରଙ୍ଗର ଏକ ଲମ୍ବା ଗାଉନ ପିନ୍ଧି ଖୁବ୍‌ ସୁନ୍ଦର ଦେଖାଯାଉଥିଲେ । ଭାଇରାଲ ହେଉଥିବା ଫଟୋରେ ଟ୍ରମ୍ପ ଝିଅ ଏବଂ ଜ୍ୱାଇଁଙ୍କ ସହ ଫଟୋ ଉଠାଇଛନ୍ତି। ସେ ବେଶ୍‌ ଖୁସି ଥିବା ଜଣାପଡୁଛନ୍ତି।

 

Show More

Related Articles

Back to top button