ଜୀବନଚର୍ଯ୍ୟାମନୋରଞ୍ଜନସେଲିବ୍ରିଟି

କଳ୍ପନାର ହେଲା ଅନ୍ତ,ଅର୍ଜୁନ କପୁର ସହ ସମ୍ପର୍କକୁ ନେଇ ଟ୍ରୋଲର୍ସଙ୍କୁ କଡା ଜବାବ ଦେଲେ ମଲାଇକା

 ସମସ୍ତ କଳ୍ପନା ଜଳ୍ପନାର ହେଲା ଅନ୍ତ । ଗତ କିଛିଦିନ ହେବ ବଲିଉଡର ଫିଟନେସ କୁଇନ୍ ମଲାଇକା ଅରୋରା ଏବଂ ଅଭିନେତା ଅର୍ଜୁନ କପୁରଙ୍କୁ ନେଇ ବେଶ୍ ଚର୍ଚ୍ଚା ହେବାରେ ଲାଗିଛି । ଅନେକ ଟ୍ରୋଲର୍ସ ମଲାଇକାକଙ୍କୁ ଟ୍ରୋଲ କରୁଥିବା ମଧ୍ୟ ନଜିର୍ ରହିଛି । ତେବେ ଶେଷରେ ଏହି ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ମଲାଇକା ।

ମୁଭିଙ୍ଗ ଇନ ୱିଥ୍ ମଲାଇକା ଶୋ ର ୪ର୍ଥ ଏପିସୋଡରେ ନିଜର ବ୍ୟକ୍ତିଗତ ଜୀବନ ସହ ଅଭିନେତା ଅର୍ଜୁନ କପୁରଙ୍କ ସହ ଥିବା ତାଙ୍କ ସମ୍ପର୍କ ବିଷୟରେ ଏପିସୋଡରେ ସ୍ପଷ୍ଟ କରିଛନ୍ତି । ଏଥିସହିତ ମଲାଇକା ଟ୍ରୋଲ କରୁଥିବା ୟୁଜର୍ସମାନଙ୍କୁ ମଧ୍ୟ ଉଚିତ୍ ଜବାବ ଦେଇଥିବା ଜଣାପଡିଛି । ଯେଉଁଥିରେ ତାଙ୍କ ଭଉଣୀ ଅମୃତା ଅରୋରା ଏବଂ ସାଙ୍ଗ ଅନୁଷା ଦଣ୍ଡକର ମଧ୍ୟ ସାମିଲ ଅଛନ୍ତି । ତେବେ ମଲାଇକା ଅର୍ଜୁନଙ୍କ ସହ ଥିବା ତାଙ୍କର ଲଭ ରିଲେସନସିପକୁ ନେଇ ଏହା କହିଛନ୍ତି ଯେ, ମୁଁ ଅର୍ଜୁନଙ୍କୁ ଡେଟ୍ କରି ତାଙ୍କ ଜୀବନ ଖରାପ କରୁନାହିଁ । ଏଥିସହିତ ଅର୍ଜୁନ ସ୍କୁଲ ଯାଉଥିବା ପିଲା ନୁହଁନ୍ତି ଯେ ମୁଁ ତାଙ୍କୁ ଶିଖାଇ ମୋ ସହ ନେଇ ଯାଉଛି ।

ଏତତ୍ ବ୍ୟତୀତ ମଲାଇକା ଏହା ମଧ୍ୟ କହିଛନ୍ତି ଯେ ଅର୍ଜୁନ କପୁର ବଡ ହୋଇଗଲେଣି ଏବଂ ସେ ଜଣେ ପୁରୁଷ ପୁଅ । ଏଥିସହିତ ଆମେ ଦୁଇ ଜଣ ବୟସ୍କ ଏବଂ ଏକାଠି ରହିବାକୁ ରାଜି ଅଛୁ । ତେଣୁ ଯେଉଁମାନେ ଏହି ଘଟଣାକୁ ନେଇ ଆମକୁ ଟ୍ରୋଲ କରୁଛନ୍ତି ଏବଂ ଅପପ୍ରତାର କରୁଛନ୍ତି ସେମାନେ ଏଭଳି ନ କରିବାକୁ ମଲାଇକା କହିଛନ୍ତି ।

Show More

Related Articles

Back to top button