ଦେଶମନୋରଞ୍ଜନସେଲିବ୍ରିଟି

ଅପେକ୍ଷାର ହେଲା ଅନ୍ତ,ଆଜି ମୁକ୍ତିଲାଭ କରିଛି ‘ସଲାମ ଭେଙ୍କି’

ଅପେକ୍ଷାର ହେଲା ଅନ୍ତ । ଶୁକ୍ରବାର ମୁକ୍ତିଲାଭ କରିଛି ବଲିଉଡ ଅଭିନେତ୍ରୀ କାଜଲଙ୍କ ଅଭିନୀତ ଫିଲ୍ମ ‘ସଲାମ ଭେଙ୍କି’ । ଫିଲ୍ମର ଟ୍ରେଲର ରିଲିଜ୍ ପରେ ଉତ୍ସୁକତାର ସହିତ ଅପେକ୍ଷା କରି ରହିଥିଲେ ଦର୍ଶକ । ତେବେ ଅମିର ଖାନ ମଧ୍ୟ ଏହି ଫିଲ୍ମରେ ଏକ କ୍ୟାମୋ ରୂପରେ ମଧ୍ୟ ଦେଖିବାକୁ ମିଳିବ। ‘ଲାଲ ସିଂ ଚଢା’ପରେ ପ୍ରଥମ ଥର ପାଇଁ ଏକ ଫିଲ୍ମରେ ଅଭିନୟ କରିଛନ୍ତି।

ରେଭାଥୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ରାଜୀବ ଖଣ୍ଡେଲୱାଲଙ୍କ ସହ ବିଶାଲ ଏନ ଜେଠୱା, ଆହାନା କୁମ୍ରା, ରାହୁଲ ବୋଷ ଅଭିନୟ କରିଛନ୍ତି।

ଏହି ଫିଲ୍ମରେ କାଜଲ ଜଣେ ମା’ଭୂମିକାରେ ନଜର ଆସିବେ। ଫିଲ୍ମର କାହାଣୀ ଇମୋଶନ, ଫ୍ୟାମିଲି ଡ୍ରାମା ଓ ଚ୍ୟାଲେଞ୍ଜରେ ଭରପୁର । ଫିଲ୍ମରେ କାଜଲଙ୍କ ପୁଅ ଭୂମିକାରେ ଅଭିନୟ କରିଛନ୍ତି ବିଶାଲ ଜେଠୱା । ଏଥିରେ ତାଙ୍କ ନାମ ଭେଙ୍କଟେଶ ଓରଫ ଭେଙ୍କି ରହିଛି। ନିକଟରେ ଏହାର ଟ୍ରେଲର୍‌କୁ ଦେଖିବା ପରେ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ।

Show More

Related Articles

Back to top button