ଆଇନ କାନୁନଦେଶ ବିଦେଶମୁଖ୍ୟ ଖବର

ଜାମିନ ମିଳିବା ପରେ ପୁଣି ଟିଏମସି ମୁଖପାତ୍ର ସାକେତଙ୍କୁ ଗିରଫ କଲା ପୋଲିସ

କୋଲକାତାତୃଣମୂଳ କଂଗ୍ରେସର ଜାତୀୟ ମୁଖପାତ୍ର ସାକେତ ଗୋଖଲେଙ୍କୁ କୋର୍ଟରେ ଜାମିନ ମିଳିବା ପରେ ଗୁଜରାଟ ପୁଲିସ ପୁଣି ଥରେ ତାଙ୍କୁ ଗିରଫ କରିଛନ୍ତି। ଏନେଇ ତୃଣମୂଳ କଂଗ୍ରେସ ସାଂସଦ ଡେରେକ୍ ଓ ବ୍ରାଏନ୍ ଟ୍ୱିଟ୍‌ କରି ଅଭିଯୋଗ କରିଛନ୍ତି। ମୋର୍ବି ପୋଲ ଦୁର୍ଘଟଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୁଜରାଟ ଗସ୍ତକୁ ନେଇ ମିଥ୍ୟା ‌ଖବର ପ୍ରଚାର କରିବା ଅଭିଯୋଗରେ ଗୁଜରାଟ ପୁଲିସ ତାଙ୍କୁ ଗିରଫ କରିଥିଲା। ଏହା ପରେ କୋର୍ଟରେ ତାଙ୍କୁ ଜାମିନ ମିଳିଥିଲା। କିନ୍ତୁ ଏହା ସତ୍ତ୍ୱେ ମଧ୍ୟ ଗୁଜରାଟ ପୁଲିସ ତାଙ୍କୁ ହଇରାଣ ହରକତ କରିଥିବା ଡେରେକ୍ ଓ ବ୍ରାଏନ୍ ଟ୍ୱିଟ୍‌ କରି ଅଭିଯୋଗ କରିଛନ୍ତି। ସାକେତଙ୍କୁ ଗତ ୮ ତାରିଖରେ ସନ୍ଧ୍ୟା ୮ଟା ୪୫ରେ ପୁଲିସ ଗିରଫ କରିଛି । ବିନା ନୋଟିସ ଏବଂ ବିନା ୱାରେଣ୍ଟରେ ପୁଲିସ ତାଙ୍କୁ ଗିରଫ କରିଛି। ପୁଲିସର ଏହି ସ୍ୱେଚ୍ଛାଚାରିତା କାର୍ଯ୍ୟକଳାପକୁ ଡେରେକ୍ ଓ ବ୍ରାଏନ୍ କଡ଼ା ନିନ୍ଦା କରିଛନ୍ତି।

ଗତ ମଙ୍ଗଳବାର ପ୍ରଥମେ ଗୁଜରାଟ ପୁଲିସ ସାକେତଙ୍କୁ ଗିରଫ କରିଥିଲା। ବିଜେପି ନେତା ଅମିତ କୋଠାରି ଅହମଦାବାଦ ପୁଲିସରେ ଅଭିଯୋଗ କରିବା ପରେ ପୁଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ସୂଚନା ଅନୁଯାୟୀ, ଗୋଖଲେ ଡିସେମ୍ବର ପହିଲାରେ ଟ୍ୱିଟ୍ କରି ଦାବି କରିଥିଲେ ଯେଏକ ଆର୍‌ଟିଆଇ ସୂଚନାରୁ ଜଣାପଡ଼ିଛି ମୋର୍ବି ଦୁର୍ଘଟଣା ପରେ ପ୍ରଧାନମନ୍ତ୍ରୀଙ୍କ ଗୁଜରାଟ ଗସ୍ତ ଫଳରେ ରାଜ୍ୟ ସରକାରଙ୍କୁ ୩୦ କୋଟି ଟଙ୍କାର ବ୍ୟୟଭାର ବହନ କରିବାକୁ ପଡ଼ିଛିଯାହା ମୋର୍ବି ଦୁର୍ଘଟଣାରେ ମୃତାହତଙ୍କ ପରିବାରକୁ ଦିଆଯାଇଥିବା ମୋଟ କ୍ଷତିପୂରଣ ରାଶିର ୬ ଗୁଣ। ଅର୍ଥାତ୍ ମୋର୍ବି ଦୁର୍ଘଟଣାର କ୍ଷତିଗ୍ରସ୍ତ ପ୍ରାୟ ଦେଢ଼ଶହ ପରିବାରକୁ ମାତ୍ର ୫ କୋଟି ଟଙ୍କା କ୍ଷତିପୂରଣ ଦିଆଯାଇଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ରାଜ୍ୟ ସରକାର ୩୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ସରକାରଙ୍କ ଫ୍ୟାକ୍ଟ-ଚେକ୍ ୟୁନିଟ୍ ସେହିଦିନ ହିଁ ଜାଣିବାକୁ ପାଇଥିଲା ଯେ ଗୋଖଲେଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ମିଛ ଓ ସେ ଯେଉଁ ଆର୍‌ଟିଆଇ ସୂଚନାର ଦାବି କରୁଛନ୍ତି ତାହା ନକଲି।

ଏହି ମିଡ଼ିଆ କ୍ଲିପିଂରେ ଗୋଖଲେ ଯେଉଁ ଫଣ୍ଟ ବ୍ୟବହାର କରି ତାହା ଆର୍‌ଟିଆଇ ସୂତ୍ରରୁ ମିଳିଛି ବୋଲି ଦାବି କରିଛନ୍ତିତାହା ବାସ୍ତବରେ ଗୁଜରାଟ ସମାଚାର’ ନାମକ ଖବରକରଗଜର ଫଣ୍ଟ। ଗୁଜରାଟ ସମାଚାର କୌଣସି ଆର୍‌ଟିଆଇ ଆବେଦନ କରି ନ ଥିବା ପ୍ରକାଶ କରିଛି। ସାକେତ ଗୋଖଲେ ନକଲି ଆର୍‌ଟିଆଇ ଦଲିଲ ପ୍ରସ୍ତୁତ କରି ଗୁଜରାଟ ସରକାର ଓ ପ୍ରଧାନମନ୍ତ୍ରୀଙ୍କୁ ବଦନାମ କରିବାକୁ ଚେଷ୍ଟା କରିଛନ୍ତି। ପଶ୍ଚମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିଲେ ଯେ ସାକେତ ଭୁଲ୍‌ରେ ଏଭଳି ଟ୍ୱିଟ୍ କରିଥିଲେ। ସେଥିପାଇଁ ତାଙ୍କୁ ଗିରଫ କରାଯିବା ନିନ୍ଦନୀୟ।

Show More

Related Articles

Back to top button