ଦେଶସ୍ୱାସ୍ଥ୍ୟ

ଦେଶରେ ହ୍ରାସ ପାଉଛି ସଂକ୍ରମଣ,୨୪ ଘଣ୍ଟା ମଧ୍ୟରେ ୨୪୯ ନୂଆ କରୋନା ଚିହ୍ନଟ

ଦେଶରେ ହ୍ରାସ ପାଉଛି ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୪୯ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ସେହିପରି ୬ ଜଣଙ୍କ କରୋନା ଜନିତ ମୃତ୍ୟୁ ଘଟିଛି । ନୂତନ ସଂକ୍ରମିତଙ୍କ ପରେ ଦେଶରେ ସମୁଦାୟ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୪,୪୬,୭୪,୪୩୯ରେ ପହଞ୍ଚିଛି। ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ,ଏବେ ସୁଦ୍ଧା ଦେଶରେ ୪,୪୧,୩୮,୫୧୭ ଜଣ ଲୋକ ସୁସ୍ଥ ହୋଇଥିବାବେଳେ ୪,୨୨୮ସକ୍ରିୟ ମାମଲା ରହିଛି। ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୫,୩୦,୬୫୩କୁ ବୃଦ୍ଧି ପାଇଛି।

Show More

Related Articles

Back to top button