ସ୍ୱାସ୍ଥ୍ୟ

ଆସନ୍ତୁ ପଢିବା ଓ ଜାଣିବା କଦଳୀଭଣ୍ଡାର ଉପକାରିତା ବିଷୟରେ

କଦଳୀ ଖାଇବାକୁ ପ୍ରାୟ ସମସ୍ତେ ଭଲ ପାଇଥାନ୍ତି ,କାରଣ ଏହା ସ୍ୱାଦିଷ୍ଟ ଲାଗିବା ସହିତ ଦେହ ପାଇଁ ମଧ୍ୟ ହିତକର l ସେହିଭଳି କଦଳୀ ଭଣ୍ଡା ମଧ୍ୟ ଶରୀର ପାଇଁ ଅତି ଲାଭଦାୟକ ଅଟେ

କଦଳୀଭଣ୍ଡା ଯାହା ଅଟେ କଦଳୀ ଫୁଲ ସେଥିରେ ମଧ୍ୟ ଅନେକ ଔଷଧୀୟ ଗୁଣ ରହିଛି l ସେଥିରେ ଫସଫରସ ,କ୍ୟାଲସିୟମ ,ପୋଟାସିୟମ ତମ୍ବା ,ମଗ୍ନେଶୀୟମ ଓ ଲୌହ ଭରପୁର ମାତ୍ରାରେ ରହିଛି l ଭାରତର ଅଧିକାଂଶ ଜାଗାରେ କଦଳୀଭଣ୍ଡା ତରକାରୀ ମଧ୍ୟ ପ୍ରସ୍ତୁତ ହୁଏ l

ଆସନ୍ତୁ ଆଜି ଜାଣିବା କଦଳୀଭଣ୍ଡାର ଉପକାର ବିଷୟରେ –

* ଗୋଟିଏ ଗବେଷଣାରୁ ଜଣା ପଡିଛି କଦଳୀଭଣ୍ଡା ପ୍ରାକୃତିକ ଭାବରେ ବିଭିନ୍ନ ସଂକ୍ରମଣରୁ ରକ୍ଷା କରିଥାଏ l ଏଥିରେ ରହିଥିବା ଇଥେନାଲ ବ୍ୟାକ୍ଟେରିଆ ଗୁଡିକୁ ବିସ୍ତାର କରିବାରୁ ଅଟକାଇ ଥାଏ l

* କଦଳୀଭଣ୍ଡା ବିଭିନ୍ନ ପ୍ରକାରର ଯନ୍ତ୍ରଣାକୁ କମାଇବାରେ ସାହାଯ୍ୟ କରିଥାଏ l ଋତୁସ୍ରାବ ସମୟରେ ହେଉଥିବା ଯନ୍ତ୍ରଣାକୁ ମଧ୍ୟ କମାଇବାରେ ସାହାଯ୍ୟ କରିଥାଏ l ଦହି ସହିତ ଏହାକୁ ସେବନ କରିବା ଦ୍ୱାରା ବିଭିନ୍ନ ସଂକ୍ରମଣ ଦୁରେଇ ଯିବା ସହିତ ଋତୁସ୍ରାବ ସମୟରେ ଆରମ୍ ମିଳିଥାଏ l

* କଦଳୀଭଣ୍ଡା ବିଶେଷକରି ପାଚନ ପ୍ରକ୍ରିୟାକୁ ସୁସ୍ଥ କରିବାରେ ସହାୟକ ହୋଇଥାଏ l ତା ସହିତ ଏସିଡ଼ିଟି ଓ ପେଟ ଯନ୍ତ୍ରଣାକୁ ମଧ୍ୟ ଦୂର କରିବାରେ ସାହାଯ୍ୟ କରିଥାଏ l

* ଏନିମିଆ ଶରୀରରେ ବିଭିନ୍ନ ସମସ୍ୟା ସୃଷ୍ଟି କରିଥାଏ l ଏହାକୁ ସେବନ କରିବା ଦ୍ୱାରା ଶରୀରରେ ରକ୍ତହୀନତା ଦୂର ହୋଇଥାଏ l ତା ସହିତ ଶରୀରକୁ ଶକ୍ତି ମିଳିବା ସହିତ ସତେଜ ଲାଗିଥାଏ l ଆମ ଶରୀର ଅନେକ ମାତ୍ରାରେ ନିର୍ଭର କରିଥାଏ ଆଇରନ ଉପରେ l

* କଦଳୀଭଣ୍ଡା ପାଚନ ଶକ୍ତିକୁ ସୁଦୃଢ କରିବା ସହିତ ଓ ମାନସିକ ସ୍ତରରେ ମହିଳାଙ୍କୁ ସତେଜ ରଖିଥାଏ l ସ୍ତନ୍ୟ ପାନ କରାଉଥିବା ମା ମାନଙ୍କ ପାଇଁ କଦଳୀଭଣ୍ଡା ଅତ୍ୟନ୍ତ ହିତକାରୀ l

Show More

Related Articles

Back to top button