ଜୀବନଚର୍ଯ୍ୟା

ପ୍ରେମ ସମ୍ପର୍କରେ ଅସୁବିଧା ଚାଲୁଥିଲେ ଆପଣାନ୍ତୁ ଏହିସବୁ ଉପାୟ

ପ୍ରେମ ହେଉଛି ପବିତ୍ର ଓ ବନ୍ଦନୀୟ ,ପ୍ରେମ ହେଉଛି ପୂଜା ଓ ପ୍ରତାରଣା ,ପୁଣି ସେହି ପ୍ରେମ କେତେବେଳେ ହୋଇଯାଏ ଚିର ସ୍ମରଣୀୟ l ଆଜିର ବାସ୍ତୁଶାସ୍ତ୍ର ପ୍ରେମକୁ ନେଇ ଦେଇଛି କିଛି ନୂଆ ଉପାୟ

ପ୍ରାୟ ସମସ୍ତ ବ୍ୟକ୍ତି ପ୍ରେମର ସ୍ୱାଦ ଚାଖିଥାନ୍ତି କେତେବେଳେ ତାହା ସଫଳ ହୋଇଥାଏ ପୁଣି କେତେବେଳେ ଅସଫଳ l କିନ୍ତୁ ଆମର ଆଜିର ଲେଖାରେ ଆପଣ ନିଜ ଲଭ ଲାଇଫ ରୁ କିପରି ଚିନ୍ତା ଶୂନ୍ୟ କରିପାରିବେ ଆସନ୍ତୁ ସେ ବିଷୟରେ ଜାଣିବା l

* ବାସ୍ତୁଶାସ୍ତ୍ରରେ ପ୍ରେମକୁ ନେଇ ଗୋଟିଏ ଜୀବକୁ ଅତ୍ୟନ୍ତ ଲକି ବୋଲି ଗଣନା କରାଯାଏ l ଏହି ଜୀବଟିର ନାମ ହେଉଛି “ଓଟ “l ଯଦି ଆପଣ ଓଟର କୌଣସି ମୂର୍ତି କିମ୍ବା ଫୋଟ ନିଜ ଶୋଇବାଘରେ ଲଗାଇବେ ତେବେ ଆପଣଙ୍କ ମନକୁ ଏହା ସଜାଗ ରଖିବା ସହିତ ଆପଣଙ୍କୁ ଅନେକଗୁଡ଼ିଏ କାମ ପାଇଁ ମଧ୍ୟ ସକାରତ୍ମକ ଉର୍ଜା ଯୋଗାଇବ l କାରଣ ଏହି ଜୀବ ଜୀବନରେ ଅନେକ ପ୍ରକାରର କଠିନ କାମକୁ କରିଥାଏ l

* ଆପଣଙ୍କ ପ୍ରେମ ଜୀବନରେ ଯଦି ବି କିଛି ଅସୁବିଧା ଦେଖାଦେଉଛି ତେବେ ନିଜ ପ୍ରିୟତମ କିମ୍ବା ପ୍ରିୟତମାଙ୍କୁ ଓଟର ଫଟୋ କିମ୍ବା ମୂର୍ତି ଉପହାର ଦେଇପାରିବେ l ତେବେ ଧ୍ୟାନ ରଖିବା ଆବଶ୍ୟକ ଯେ ଯେତେବେଳେ ମଧ୍ୟ ଉପହାର ଦେବେ ତାହା କୌଣସି କାଗଜରେ ଦେବେ ଓ ତାହା ଗୋଟିଏ ଯୋଡି ହୋଇଥିବା ଆବଶ୍ୟକ l

* ପ୍ରେମ କରୁଥିବା ବ୍ୟକ୍ତି କଦାପି ନିଜ ପାର୍ଟନରଙ୍କୁ ଗୋଟିକିଆ ଜିନିଷ ଉପହାର ଦେବା ଉଚିତ ନୁହେଁ କିମ୍ବା ନିଜେ ମଧ୍ୟ ରଖିବା ଉଚିତ ନୁହେଁ l ଏହା ଆପଣଙ୍କୁ ବିଭିନ୍ନ ପ୍ରକାରର ନକାରାତ୍ମକ ଉର୍ଜାରେ ଭରିଦେବ l କେବେବି ନିଜ ବେଡ଼ ସାମ୍ନାରେ ଦର୍ପଣ ରଖନ୍ତୁ ନାହିଁ କାରଣ ଏହା ଆପଣଙ୍କ ଜୀବନରେ ଓ ସମ୍ପର୍କରେ ଫାଟ ସୃଷ୍ଟି କରିଦେବ l

* ବାସ୍ତୁଶାସ୍ତ୍ର ଅନୁସାରେ ଯଦି ଆପଣଙ୍କ ପ୍ରେମକୁ ନେଇ ନିଜ ପାର୍ଟନର ଙ୍କ ସହିତ ସର୍ବଦା କଳହ ଉପୁଜୁଛି ତେବେ ଗୋଟିଏ ହଂସ ଯୋଡି ଉପହାର ଦିଅନ୍ତୁ ଓ ନିଜେ ମଧ୍ୟ ରଖନ୍ତୁ l କାରଣ ଏହା ଉଭୟଙ୍କ ମଧ୍ୟରେ ନିବିଡ଼ତା ଭରିବା ସହିତ କଳହ ମଧ୍ୟ ଦୂର କରିବ l କାରଣ ହଂସ ହେଉଛି ଶାନ୍ତିର ପ୍ରତୀକ l

Show More

Related Articles

Back to top button